ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଦୁଇ ଦଳ ସୋମବାର ପୁଣେରେ ପହଞ୍ଚିଛନ୍ତି। ଅକ୍ଟୋବର ୧୦ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ।

ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ଆଗାମୀ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଭାରତ ପୁଣେରେ ପହଞ୍ଚିଛନ୍ତି। ଏହାସହ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ପୁଣେରେ ପହଞ୍ଚିଛି।

ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ବର୍ତ୍ତମାନ ୧-୦ରେ ଆଗୁଆ ଅଛି। ବିଶାଖାପାଟଣାରୁ ପୁଣେ ଯିବା ପାଇଁ ବିମାନବନ୍ଦରରେ ଅପେକ୍ଷା କରିଥିବା ସମୟର ଏକ ଫଟୋ ଓପନର ରୋହିତ ଶର୍ମା ନିଜର ସୋସିଆଲ ଆକାଉଣ୍ଟରେ ସେଆର କରିଛନ୍ତି।

Comment