ଓଡ଼ିଶାଲାଇଭ ବ୍ୟୁରୋ

୬ଥର ଚମ୍ପିୟାନ ଏମ୍ସି ମେରିକମ୍ ମଙ୍ଗଳବାର ବିଶ୍ଵ ମହିଳା ବକ୍ସିଂ ଚମ୍ପିୟାନସିପର କ୍ଵାଟର ଫାଇନାଲରେ ପ୍ରବେଶ କରିଛନ୍ତି। ୫୧ କେଜି ବର୍ଗର ମେରିକମ୍ ଥାଇଲାଣ୍ଡର ଜୁତାମସ ଜିତପୋଗଂଙ୍କୁ ୫-୦ରେ ହରାଇଛନ୍ତି।
ଥାଇଲାଣ୍ଡର ଏହି ବକ୍ସର ମେରିକମ୍ଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ପ୍ରଥମରୁ ମେରିକମ୍ ଜଗିକି ଖେଳିଥିଲେ ହେଲେ ପରେ ତାଙ୍କ ପଞ୍ଚରେ ଚିତପୋଗଂଙ୍କୁ ସେ ପରାସ୍ତ କରିଥିଲେ।
ପରବର୍ତ୍ତୀ ରାଉଣ୍ଡରେ ମେରିକମ୍ କଲୋମ୍ଵିଆର ଇଂଗ୍ରିଟ ବାଲେସିୟାଙ୍କୁ ଭେଟିବେ। ସେ ପ୍ୟାନ ଆମେରିକାର ବିଜେତା ଓ ରିଓ ଅଲମ୍ପିକ୍ସ ୨୦୧୬ରେ କାଂସ୍ୟ ପଦକ ଜିତି ସାରିଛନ୍ତି। ସେହିପରି ମେରିକମ୍ ୫୧କେଜି ବର୍ଗରେ ନିଜର ପ୍ରଥମ ବିଶ୍ୱ ପଦକ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି।
















