ଓଡ଼ିଶାଲାଇଭ୍ ବ୍ୟୁରୋ

ମେଲାଣି ନେବେ ମା’। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏଥିପାଇଁ କଟକର ଦେବୀଗଡ଼ ଏବଂ ଭୁବନେଶ୍ୱରର କୁଆଖାଇ ଓ ଦୟା ନଦୀ ଏବଂ ଭାଗର୍ଭୀ ନବୀରେ ଅସ୍ଥାୟୀ ପୋଖରୀ ନିର୍ମାଣ କରିଛି ପ୍ରଶାସନ। ଦେବୀଗଡ଼ାରେ ୩ଟି ଅସ୍ଥାୟୀ ପୋଖରୀ ତିଆରି କରାଯାଇଛି। ଏଠାରେ ମା’ଙ୍କୁ ବିସର୍ଜନ କରାଯିବ।

ଭୁବନେଶ୍ୱରର ୩ଟି ସ୍ଥାନରୁ ବାହାରିବ ଭସାଣ ଶୋଭାଯାତ୍ରା। ନୟାପଲ୍ଲୀ, ସହିଦନଗର ଓ ଉତ୍ତର ଭୁବନେଶ୍ଵରରୁ ବାହାରିବ ମେଢ଼।

ସହିଦ ନଗରରୁ ୧୮ଟି ମେଢ଼, ନୟାପଲ୍ଲୀରୁ ୧୫ ଟି ମେଢ଼ ଓ ଉତ୍ତର ଭୁବନେଶ୍ୱରରୁ ୨୧ଟି ମେଢ଼ ବାହାରିବ।

ନୟାପଲ୍ଲୀ ମେଳଣ ପଡ଼ିଆରୁ ୧୫ଟି ମେଢ଼ ବାହାରି ଇସ୍କନ ଦେଇ ସିଆରପି, ଗୋପବନ୍ଧୁ ଛକରୁ ଗଙ୍ଗନଗର ଦେଇ ଦୟାନଦୀ ଅସ୍ଥାୟୀ ପୋଖରୀ ଯାଏଁ ଯିବେ।

ସହିଦନଗର ମେଳଣ ପଡ଼ିଆରୁ ୧୮ଟି ମେଢ଼ ରୁପାଲି ଛକରୁ ରାଜମହଲ, ଶିଶୁଭବନ ଛକ ଦେଇ କିଛି କୁଆଖାଇ ଓ କିଛି ମେଢ଼ ଦୟାନଦୀ ଯିବେ।

ଉତ୍ତର ଭୁବନେଶ୍ୱର ମେଳଣ ପଡ଼ିଆରୁ ବାହାରିବ ୨୧ଟି ମେଢ଼ ନାଲକୋ ଛକରୁ ଜୟଦେବ ବିହାର ଦେଇ କୁଆଖାଇରେ ବିସର୍ଜନ କରାଯିବ।

ଅପରାହ୍‌ଣ ୫ଟାରୁ ୬ ମଧ୍ୟରେ ଆରମ୍ଭ ହେବ ଶୋଭାଯାତ୍ରା। ସଂଧ୍ୟାରେ ମେଢ଼ ଯିବା ପର୍ଯ୍ୟନ୍ତ ବାଣୀବିହାରରୁ ଜନପଥ ରୋଡ୍‌, ଜୟଦେବ ବିହାରରୁ ସିଆରପି, ଡମଣା ଛକରୁ କଳିଙ୍ଗ ହସ୍ପିଟାଲ ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି।

ଏହି ନିୟମ ୩ଟା ସମୟରୁ ୧ଟା ଯାଏଁ ଲାଗୁ ହେବ।

ଜନପଥ ବାଟେ ନ ଯାଇ ସଚିବାଳୟ ମାର୍ଗ ଦେଇ ଯାତାୟାତ କରିପାରିବେ। କଟକ ପଟୁ ଆସୁଥିବା ଗାଡ଼ି ଜୟଦେବ ବିହାରରୁ ବିଜୁ ପଟ୍ଟନାୟକ କଲେଜ୍‌ ଦେଇ ଏକାମ୍ର ପାର୍କ ଦେଇ ସିଆରପି ଯାଇପାରିବେ।

ଖୋର୍ଦ୍ଧା ପଟୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନ୍‌ ଓଭରବ୍ରିଜ୍‌ ଦେଇ ଯିବେ।

ରାଜଧାନୀରେ ବିସର୍ଜନ କରିବା ପାଇଁ ଟ୍ରାଫିକ୍‌ କଟକଣା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୋଟ୍‌ ୩୦ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

Comment