ଓଡ଼ିଶାଲାଇଭ୍ ବ୍ୟୁରୋ

ଧରାପୃଷ୍ଠରେ ଲୀଳାଖେଳା ସାରି ଭକ୍ତଙ୍କ ଗହଣରୁ ବିଦାୟ ନେଉଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ବାଜା, ବାଣ ରୋଷଣୀରେ ମା’ଙ୍କୁ ବିଦାୟ ଦେଉଛନ୍ତି ଭକ୍ତ। ଏଥିପାଇଁ କଟକ ଏବଂ ଭୁବନେଶ୍ୱର ଉତ୍ସବମୁଖର ହୋଇ ଉଠିଛି। ମା’ଙ୍କ ଶେଷ ଦର୍ଶନ ପାଇଁ ପ୍ରବଳ ଜନସମାଗମ ହୋଇଛି। ବାଜା, ବାଣରେ ପରିବେଶ କମ୍ପୁଛି।

ମା’ଙ୍କ ବିଦାୟ ବେଳାର ଦୃଶ୍ୟ ଦେଖନ୍ତୁ ଫଟୋରେ ଫଟୋରେ।

ନୟାପଲ୍ଲୀ ଦୁର୍ଗା ପୂଜା ପଡ଼ିଆରେ ଏକାଠି ହୋଇଛନ୍ତି ବିଭିନ୍ନ ପୂଜା କମିଟି।
ନୟାପଲ୍ଲୀ ଦୁର୍ଗ ପୂଜା ପଡ଼ିଆରୁ ଶୋଭାଯାତ୍ରାରେ ବାହାରିଛନ୍ତି ମା’।
ମା’ଙ୍କୁ ବିଦାୟ ଦେବା ପାଇଁ ପ୍ରସ୍ତୁତି।
ମା’ଙ୍କ ଶେଷ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼।
କଟକ ବିଡ଼ାନାସୀ ପୂଜା କମିଟି ପକ୍ଷରୁ ମା’ଙ୍କୁ ଶୋଭାଯାତ୍ରାରେ ନିଆଯାଉଛି।
ଭସାଣ ଶୋଭାଯାତ୍ରାରେ କଟକ ଛତ୍ରବଜାର ପୂଜା କମିଟି।
କଟକ ଭସାଣ ଉତ୍ସବରେ ପ୍ରବଳ ଭିଡ଼।
ଭସାଣ ବେଳେ ଦୁଲୁଦୁଲିରେ କମ୍ପିଲା କଟକ।
କଟକ ଭସାଣର ଆକର୍ଷଣ ଯୋଡ଼ି ଶଙ୍ଖ।
ଶୋଭାଯାତ୍ରାରେ ମା’।

Comment