ଓଡ଼ିଶାଲାଇଭ୍ ବ୍ୟୁରୋ

ଧରାପୃଷ୍ଠରେ ଲୀଳାଖେଳା ସାରି ବିଦାୟ ନେବେ ମା’। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି।  ବାଜା, ବାଣ ପଟୁଆରରେ ମା’ଙ୍କୁ ବିଦାୟ ଦିଆଯିବ।

ଏଥିପାଇଁ କଟକର ଦେବୀଗଡା ଏବଂ ଭୁବନେଶ୍ୱରର କୁଆଖାଇ ଓ ଦୟା ନଦୀରେ ଅସ୍ଥାୟୀ ପୋଖରୀ ନିର୍ମାଣ କରିଛି ପ୍ରଶାସନ। ଦେବୀଗଡ଼ାରେ ୩ଟି ଅସ୍ଥାୟୀ ପୋଖରୀ ତିଆରି କରାଯାଇଛି। ଏଠାରେ ମା’ଙ୍କୁ ବିସର୍ଜନ କରାଯିବ। ବୁଧବାର ସକାଳେ ଭସାଣ ଉତ୍ସବ ଆରମ୍ଭ ହେବ।

କଟକରେ ପ୍ରଥମେ ମା’ଙ୍କୁ ପଟୁଆରରେ ସାହି ପରିକ୍ରମା କରାଯିବ। ତାପରେ କଲେଜଛକ, ରାଣୀହାଟ, ମଙ୍ଗଳାବାଗ, ବକ୍ସିବଜାର, ଦରଘା ବଜାର, ଚୌଧୁରୀ ବଜାର ଦେଇ ଦେବୀଗଡ଼ା ଯିବେ ମା’। ସୁରକ୍ଷା ଦୃଷ୍ଟିରୁ କଟକରେ ଭସାଣ ବେଳେ ୫୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ।

ଏହାସହ ୩୦୦ ଅଫିସର, ୪ ଜଣ ଅତିରିକ୍ତ ଡିସିପି, ୨ କମ୍ପାନି ରାପିଡ୍‌ ଆକ୍ସନ ଫୋର୍ସ, ସାଦା ପୋଷାକଧାରୀ ପୋଲିସ ମୁତୟନ ହେବେ। ମେଢ଼ ଯିବା ରାସ୍ତାରେ ସିସିଟିଭି ଲଗାଇବା ପାଇଁ କମିସନରେଟ୍‌ ପୋଲିସ ପ୍ରସ୍ତୁତି ଚଳାଇଛି।

ଭୁବନେଶ୍ୱରରେ ୩ଟି ସ୍ଥାନରେ ଭସାଣ ଶେଭାଯାତ୍ରା ଅନୁଷ୍ଠିତ ହେବ। ନୟାପଲ୍ଲୀ, ସହିଦନଗର ଏବଂ ଚନ୍ଦ୍ରଶେଖରପୁର ଆର୍‌ଟିଓ ପଡ଼ିଆରେ ମୂର୍ତ୍ତି ଏକାଠି ହେବା ପରେ ଭସାଣ ଉତ୍ସବ ଆରମ୍ଭ ହେବ।

Comment