ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୩ ରନ୍ କରିଛି। ଭାରତୀୟ ଓପନର ମୟଙ୍କ ଅଗ୍ରୱାଲ ପୁଣିଥରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକୀୟ ଇଂନିସ ଖେଳିଛନ୍ତି।

ପ୍ରଥମ ଦିନରେ ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଓପନିଂ କରିଥିବା ରୋହିତ ଓ ମୟଙ୍କ ଯୋଡ଼ିଙ୍କ ମଧ୍ୟରୁ ପ୍ରଥମେ ରାବାଡାଙ୍କ ଶିକାର ହୋଇଥିଲେ ରୋହିତ ଶର୍ମା। ସେ ମାତ୍ର ୧୪ରନ କରି ଆଉଟ୍ ହୋଇଥିଲେ। ସେହିପରି ମୟଙ୍କ ଅଗ୍ରୱାଲ ୧୦୮ ରନର ଜବରଦସ୍ତ ଇଂନିସ ଖେଳିଥିଲେ।

ମୟଙ୍କ ଅଗ୍ରୱାଲଙ୍କ ସହ ଅଧିନାୟକ କୋହଲି ଓ ଚିତେଶ୍ୱର ପୁଜାରା ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ ଦ୍ରୁତ ବୋଲର କାଗିସୋ ରାବାଡା ଆଜି ଦିନର ୩ଟି ଯାକ ୱିକେଟ୍ ହାସଲ କରିଛନ୍ତି।

Comment