ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୦ ଆଇପିଏଲ ପାଇଁ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଦଳର ମୁଖ୍ୟକୋଚ୍ ଭାବେ ନିଯୁକ୍ତ ହେଲେ ଅନିଲ କୁମ୍ବଲେ। ଏନେଇ ଦଳପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଭାରତର ଏହି ପୂର୍ବତନ କ୍ରିକେଟର ଆଗାମୀ ସିଜିନ୍ ପାଇଁ ପଞ୍ଜାବ ଦଳର ସମସ୍ତ ନିଷ୍ପତ୍ତି ନେବେ। ଏହାସହ ପୂର୍ବ ସିଜିନରେ ଦଳର ଅଧିନାୟକ ରହିଥିବା ଆର ଅଶ୍ୱିନୀଙ୍କ ଭବିଷ୍ୟତକୁ ନେଇ ମଧ୍ୟ ସେ ନିଷ୍ପତ୍ତି ନେବେ ବୋଲି ଦଳର ମାଲିକ ମୋହିତ ବର୍ମନ କହିଛନ୍ତି। ସୂଚନାଯୋଗ୍ୟ, ଦଳରୁ ଅଶ୍ୱିନୀଙ୍କୁ ବିଦାୟ ଦେବ ବୋଲି ଗତ କିଛିମାସ ଧରି ଚର୍ଚ୍ଚା ହେଉଛି।

ପଞ୍ଜାବ ଦଳ ପାଇଁ ଗତ ପାଞ୍ଚୋଟି ସିଜିନରେ ପାଞ୍ଚ ଜଣ କୋଚଙ୍କୁ ଦଳର ଦାୟିତ୍ୱ ଦେଇସାରିଛି। କୁମ୍ବଲେଙ୍କ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟର ମାଇକ୍ ହେସନ୍ ଦଳର ମୁଖ୍ୟକୋଚ୍ ପଦରେ ଥିଲେ।

ଅନିଲ କୁମ୍ବଲେ ପୂର୍ବରୁ ମଧ୍ୟ ଆଇପିଏଲ ଦଳ ରୟାଲ ଚାଲେର୍ଞ୍ଜସ ବେଙ୍ଗାଳୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଳର ମେଣ୍ଟର ରହିସାରିଛନ୍ତି। ସେ ୨୦୧୬ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଦଳର ମଧ୍ୟ ମୁଖ୍ୟ କୋଚ୍ ରହିସାରିଛନ୍ତି।

Comment