ଓଡ଼ିଶାଲାଇଭ ବ୍ୟୁରୋ

ସ୍କୁଲ ମଧ୍ୟାହ୍ନ ଭୋଜନରେ ଚିକେନ ଖାଇ ଫସିଲେ ବିଇଓ। ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ତିଲେଇମାଲ ପ୍ରାଥମିକ ବିଦ୍ୟାଳୟରେ। ସ୍କୁଲରେ ପିଲାମାନେ ଭାତ ଡାଲି ଖାଉଥିବା ବେଳେ ବିଇଓ ପିଲାଙ୍କ ସହ ବସି ଭାତ ସହ ଚିକେନ ଖାଇବାର ଏକ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ଵନ କଲ୍ୟାଣ।

ସ୍କୁଲ ପରିଦର୍ଶନ କରିବାକୁ ଯାଇଥିଲେ ବଣାଇ ବିଇଓ ବିନୟ ପ୍ରକାଶ। ସ୍କୁଲରେ ପାଠ ପଢ଼ା ସହ ମଧ୍ୟାହ୍ନ ଭୋଜନ ମଧ୍ୟ ଯାଞ୍ଚ କରିଥିଲେ। ହେଲେ ମଧ୍ୟାହ୍ନ ଭୋଜନ ସମୟରେ ସବୁ ଗଡ଼ବଡ଼ ହୋଇଯାଇଥିଲା। ପିଲାଙ୍କ ସହ ବସି ବିଇଓ ଓ ପ୍ରଧାନ ଶିକ୍ଷକ ମଧ୍ୟ ଭୋଜନ କରିଥିଲେ। ହେଲେ ପିଲା ଖାଲି ଡାଲି ଭାତ ଖାଉଥିବା ବେଳେ ବିଇଓ ଓ ପ୍ରଧାନ ଶିକ୍ଷକଙ୍କ ଥାଳିରେ ଚିକେନ, ସାଲାଡ୍‌ ଦେଖିବାକୁ ମିଳିଥିଲା।

ଏହାର ଏକ ଫଟୋ କେହି ସୋସିଆଲ ମିଡିଆରେ ଶେୟାର କରିଥିଲେ। ସେୟାର ହେବା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ପରେ ଏହି ଫଟୋ ଗଣମାଧ୍ୟମରେ ଆସିଲା ପରେ ବିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ।

Comment