ଓଡ଼ିଶାଲାଇଭ ବ୍ୟୁରୋ

ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଲା ବଡ଼ ଝଟକା। ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ। ବିଜେପି ଅଣଦେଖା କରୁଥିବା ଅଭିଯୋଗ କରି ସେ ଦଳରୁ ଇସ୍ତଫା ଦେଇଛନ୍ତି।

୨୦୧୮ ଉପନିର୍ବାଚନରେ ଅଶୋକ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ ଅଶୋକ। ଅଶୋକ ୪୦ ହଜାରରୁ ଅଧିକ ଭୋଟ ପାଇ ପରାଜିତ ହୋଇଥିଲେ।

୨୦୧୯ ନିର୍ବାଚନରେ କିନ୍ତୁ ଅଶୋକଙ୍କୁ ଟିକେଟ ଦେଇ ନଥିଲା ଦଳ। ତାଙ୍କ ବଦଳରେ ଦଳ ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଥିଲା। ଏହାକୁ ନେଇ ଅଶୋକ ପାଣିଗ୍ରାହୀ ଅସନ୍ତୋଷ ପ୍ରକାଶ କରିଥିଲେ। ବିଜେପି ତାଙ୍କୁ ଅଣ ଦେଖା କରୁଛି ବୋଲି ସେ ଅଭିଯୋଗ କରିଥିଲେ।

‘‘ବିଜେପି ମତେ ଅଣଦେଖା କରୁଛି। ବିଜେପୁର ଉପନିର୍ବାଚନ ପାଇଁ ମତେ ଦଳ କୌଣସି ଦାୟିତ୍ୱ ଦେଇନି। ୨୦୧୯ ସାଧାରଣ ନିର୍ବାଚନ ବେଳେ ବି ମତେ କୌଣସି ଦାୟିତ୍ୱ ଦିଆଯାଇ ନଥିଲା। ଦାମ ବାବୁଙ୍କୁ ଯେମିତି ଅଣଦେଖା କରାଯାଉଛି ମତେ ସେମିତି କରାଯାଉଛି। ଦଳ କାହାକୁ ପ୍ରାର୍ଥୀ କଲା ସେଥିରେ ମୋର କିଛି ଅସୁବିଧା ନାହିଁ’’, କହିଥିଲେ ଅଶୋକ ପାଣିଗ୍ରାହୀ।

Comment