ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଗସ୍ତର ଦ୍ୱିତୀୟ ଦିନରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍‌ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯୦ ମିନିଟ୍‌ ଆଲୋଚନା ହୋଇଛି। ତାମିଲନାଡୁର କୋବଲମଠାରେ ଏକ ରିସର୍ଟରେ ଦୁଇ ନେତା ପରସ୍ପର ସହ କଥା ହୋଇଥିଲେ।

‘‘ଦୁଇ ଦେଶ ମଧ୍ୟରେ ଥିବା କୌଣସି ମତଭେଦକୁ କଳହର ରୂପ ଦିଆଯିବନାହିଁ। ଦୁଇ ହଜାର ବର୍ଷ ଧରି ଭାରତ ଓ ଚୀନ୍ ଉଭୟ ବିଶ୍ୱର ଅର୍ଥନୈତିକ ଶକ୍ତି ଭାବେ ଆଗକୁ ବଢୁଛନ୍ତି। ବର୍ତ୍ତମାନ ମଧ୍ୟ ଦୁଇ ଦେଶ ଆର୍ଥିକ ସ୍ତରେ ପ୍ରଗତି ହାସଲ କରୁଛନ୍ତି। ତେଣୁ ଆଗକୁ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଆହୁରି ମଜଭୁତ୍ ହେବ’’, ମୋଦି କହିଛନ୍ତି।

ଏହାସହ ବିଶ୍ୱରେ କିପରି ଶାନ୍ତି ଓ ସ୍ଥିରତା ବଜାୟ ରହିବ ସେ ନେଇ ଦୁଇ ଦେଶର ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ ଭାରତର ଅତିଥି ଚର୍ଚ୍ଚାକୁ ଦେଖି ଆଶ୍ଟର୍ଯ୍ୟ ପ୍ରକଟ କରିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍। ସେ କହିଛନ୍ତି ଯେ, ଏହି ଗସ୍ତରେ ଭାରତ ତରଫରୁ ମିଳିଥିବା ଆତିଥ୍ୟତାକୁ ଦେଖି ସେ ବହୁତ ଖୁସି। ଏହି ଗସ୍ତ ମୋର ସବୁଦିନ ପାଇଁ ମନେରହିବ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଭାରତ ଆମର ଏକ ଭଲ ପଡ଼ୋଶୀ ବୋଲି ଚୀନ୍ ରାଷ୍ଟ୍ରପତି ଏହି ବୈଠକ ଶେଷରେ କହିଛନ୍ତି।

Comment