ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଅଟୋ ଚାଳକ ଯେକୌଣସି ସ୍ଥାନରୁ ଯାତ୍ରୀଙ୍କୁ ଉଠାଇ ପାରିବେ ନାହିଁ। ବସ୍‌ ଭଳି ଅଟୋ ପାଇଁ ବିଭିନ୍ନ ଛକ ଓ ରାସ୍ତା କଡ଼ରେ ଅଟୋ ବେ’ କରାଯିବ। ଅଟୋରେ ଯିବାକୁ  ଯାତ୍ରୀମାନେ ଆଟୋ ବେ’ରେ ଠିଆ ହୋଇ ଅଟୋ ସେବା ପାଇପାରିବେ।

ଅଟୋ ଚାଳକ ଅନ୍ୟ ସ୍ଥାନରୁ ଅଟୋ ଯାତ୍ରୀଙ୍କୁ ଉଠାଇ ପାରିବେ ନାହିଁ। ପ୍ରତି ରୁଟ୍‌ରେ ଯାଉଥିବା ଅଟୋ ଯାତ୍ରୀଙ୍କୁ ସେଠାରୁ ନେଇ ବିଭିନ୍ନ ବେ’ ନିକଟରେ ଓହ୍ଲାଇ ପାରିବେ। ନଚେତ୍‌ ଯାତ୍ରୀଙ୍କୁ ସେମାନଙ୍କ ଆବଶ୍ୟକ ସ୍ଥଳରେ ଓହ୍ଲାଇ ପାରିବେ।

ଅଟୋ ଚାଳକ ଯାତ୍ରୀ ଉଠାଇଥା’ନ୍ତି। ସେହିପରି ଅଟୋ ଚାଳକ ଯାତ୍ରୀ ଉଠାଇବା ଲାଗି ବିଭିନ୍ନ ଛକରେ ପାଖକୁ ପାଖକୁ ଗାଡ଼ି ଠିଆ କରିଥା’ନ୍ତି। ଫଳରେ ରାସ୍ତା ଜାମ୍‌ ହେବା ସହ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥାଏ। ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ  କମିସନରେଟ୍‌ ପୋଲିସ୍‌ ପକ୍ଷରୁ ଯୋଜନା କରାଯାଉଛି।

Comment