ଓଡ଼ିଶାଲାଇଭ ବ୍ୟୁରୋ

ଦିଲ୍ଲୀରେ ଲୁଟେରାଙ୍କ ରାଜ୍‌। ମହିଳାଙ୍କଠାରୁ ଛଡ଼ାଇ ନେଲେ ପର୍ସ। ସେ ପୁଣି ଏମତି ସେମତି ମହିଳା ନୁହନ୍ତି ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝିଆରୀ ଦମୟନ୍ତୀ ବେନ ମୋଦୀ। ଦମୟନ୍ତୀଙ୍କ ପର୍ସରେ ୫୬ ହଜାର ଟଙ୍କା, ଦୁଇଟି ମୋବାଇଲ ଓ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଥିବା ଜଣାପଡ଼ିଛି।

ଦମୟନ୍ତୀ ଶନିବାର ସକାଳେ ଅମୃତସରରୁ ଦୀଲ୍ଲିକୁ ଫେରିଥିଲେ। ତାଙ୍କ ରୁମ୍‌ ସିଭିଲ ଲାଇନ୍ସ ଅଞ୍ଚଳରେ ଗୁଜୁରାତୀ ସମାଜ ଭବନରେ ବୁକ୍‌ ହୋଇଥିଲା। ସେ ଅଟୋରେ ପରିବାର ସହ ଆସି ଗୁଜୁରାତୀ ସମାଜ ଭବନ ପାଖରେ ଓହ୍ଲାଇଲା ବେଳେ ଦୁଇ ଜଣ ଦୁର୍ବୃତ୍ତ ସ୍କୁଟିରେ ଆସି ତାଙ୍କ ପର୍ସ ଲୁଟି ନେଇଥିଲେ।

ଘଟଣା ପରେ ଦମୟନ୍ତୀ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Comment