ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋ ଫ୍ୟାଟ, ଲୋ କ୍ୟାଲୋରୀ ଏବଂ ଫ୍ୟାଟ୍ ଫ୍ରି ଉତ୍ପାଦ କଥା ଶୁଣିବାକୁ ଭଲ ଲାଗେ। କିନ୍ତୁ ଏହି ଖାଦ୍ୟ ଗୁଡ଼ିକରେ ଏଭଳି ପ୍ରିଜରଭେଟିଭ୍ ଥାଏ ଯାହା ଓଜନ ବଢ଼ାଏ। ତେଣୁ ଏଭଳି ଖାଦ୍ୟ ଖାଇବା ପୂର୍ବରୁ ସତର୍କ ରୁହନ୍ତୁ।

protine shake

ପ୍ରୋଟିନ୍ ସେକ୍: ଫିଟନେସ ପ୍ରତି ଆଗ୍ରହୀ ଲୋକମାନେ ୱାର୍କଆଉଟ୍ କରିବା ପରେ ପ୍ରୋଟିନ୍ ସେକ୍ ପିଇବାକୁ ଇଚ୍ଛା ପ୍ରକାଶ କରନ୍ତିି। ତାକୁ ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ଧରି ପୂରି ରହେ। କିନ୍ତୁ ସେଥିରେ ଖୁବ୍ ଅଧିକ ପରିମାଣରେ ସୁଗାର ଓ କ୍ୟାଲୋରୀ ଥାଏ ଯାହାକି ହେଲଦି ଡାଏଟ୍ ପ୍ଲାନକୁ ଖରାପ କରିଦିଏ। ଏକ ଗବେଷଣା ଅନୁସାରେ ପ୍ରୋଟିନ୍ ସେକେର ପ୍ରାୟ ୪୦୦ କ୍ୟାଲେରୀ ଥାଏ ଯାହାକି ଆପଣଙ୍କର ସାରା ଦିନର ଆବଶ୍ୟକତା ମେଣ୍ଟାଇବା ପରେ ବି ବଳିପଡ଼େ।

curd

ଲୋ ଫ୍ୟାଟ ଦହି: ଲୋ ଫ୍ୟାଟ ଦହିରେ ଗୁଡ୍ ବ୍ୟାକ୍ଟେରିଆ ଥାଏ ଯାହାକି ପାଚନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ। କିନ୍ତୁ କିଛି ଫୁଡ୍ କଂପାନି ଲୋ ଫ୍ୟାଟ୍ ଦହି ବନାଇବା ସମୟରେ ସେଥିରୁ ଫ୍ୟାଟ୍ ବାହାର କରି ଦିଅନ୍ତି। ଏହାଯୋଗୁ ସେଥିରୁ କ୍ୟାଲୋରୀ କାଉଣ୍ଟ କମ୍ ହୋଇଯାଏ। ତେଣୁ ସ୍ୱାଦ ବଢ଼ାଇବା ଲାଗି ସେଥିରେ କଂପାନିଗୁଡ଼ିକ ଚିନି ମିଶାନ୍ତି। ଏହାଦ୍ୱାରା କିଛି ଲାଭ ମିଳେନାହିଁ। ଲୋ ଫ୍ୟାଟ୍ ଦହିରେ ଚିନି ମିଶାଇ ଖାଇଲେ ହେଲଦି ଡାଏଟ୍ ପ୍ଲାଟ୍ ଏପଟସେପଟ ହୁଏ।

packet food

ପ୍ୟାକେଟ ଖାଦ୍ୟ: ପ୍ୟାକେଟ୍ ଖାଦ୍ୟରେ ବହୁ ପରିମାଣରେ ପ୍ରିଜରଭେଟିଭ୍, ଅନହେଲଦି ଫ୍ୟାଟ ଏବଂ ଆର୍ଟିଫିସିଆଲ ସ୍ୱିଟନର ମିଶି ଥାଏ ଯାହାକି ଶରୀର ପାଇଁ କ୍ଷତିକାରକ ସାଜେ। ଏହାକୁ ନିୟମିତ ଖାଇବା ଦ୍ୱାରା ଓଜନ ତ ବଢ଼େ ଏଥିସହିତ ଅନ୍ୟ ରୋଗ ହୋଇଥାଏ।

sweetner

ସ୍ୱିଟନର: ଆଜିକାଲି ଅଧିକାଂଶ ଲୋକ ମିଠାର ବିକଳ୍ପ ଭାବେ ଖାଦ୍ୟରେ ଆର୍ଟିଫିସିଆଲ ସ୍ୱିଟନର ବ୍ୟବହାର କରୁଛନ୍ତି। କିନ୍ତୁ ଏହାଦ୍ୱାରା କିଛି ଲାଭ ହୁଏନାହିଁ। ଏହାକୁ ଖାଇଲେ ମଧ୍ୟ ଓଜନ ବଢ଼ିଥାଏ।

protein Bar

ପ୍ରୋଟିନ୍ ବାର: ଶକ୍ତିବର୍ଦ୍ଧକ ଖାଦ୍ୟ ଭାବେ ଅନେକ ଲୋକ ପ୍ରୋଟିନ୍ ବାରକୁ ବ୍ୟବହାର କରିଥାନ୍ତି। ଏପରି ନୁହେଁ ଯେ ପ୍ରୋଟିନ ବାର ଅସ୍ୱାସ୍ଥ୍ୟକର, କିନ୍ତୁ କିଛି ପ୍ରୋଟିନ୍ ବାରରେ ବହୁତ ଅଧିକ କ୍ୟାଲୋରୀ ଏବଂ ମିଠାପଣ ଥାଏ ଯାହାକି ଶରୀର ପାଇଁ କ୍ଷତିକାରକ।

Comment