ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ: କାର୍ତ୍ତିକ ମାସ ପାଇଁ ଶ୍ରୀ କ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଜମୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅଧ୍ୟାତ୍ମିକ କାର୍ଯ୍ୟର ଆୟୋଜନ କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀ ପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ।

ସକାଳ ୬ଟା ୩୦ ରୁ ୮ଟା ଯାଏଁ ଏହି କାର୍ଯ୍ୟକ୍ରମ ସିଂହଦ୍ଵାର ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା। ସକାଳେ ଶଙ୍ଖ ଧ୍ଵନି, ବେଦ ଧ୍ଵନି ମଧ୍ୟରେ ଶ୍ରୀମନ୍ଦିର ଅରୁଣ ସ୍ତମ୍ଭ ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ ଶ୍ରୀଜଗନ୍ନାଥଷ୍ଟକମ ଆବୃତି କରାଯାଇଥିଲା। ପରେ ଶ୍ରୀଗୀତଗୋବିନ୍ଦମ ଲଳିତ କାନ୍ତ ପଦାବଳୀ ଅନୁସରଣରେ ଓଡିଶୀ ନୃତ୍ୟ, ଶ୍ରୀମଦ ଭାଗବତ ଗୀତାର ୨ଟି ଶ୍ଳୋକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତେବେ ପ୍ରତି ରବିବାର ଏହି କାର୍ଯ୍ୟକ୍ରମ ଅୟୋଜନ ହେବ ବୋଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହ ପ୍ରତିମାସ ସଂକ୍ରାନ୍ତି ଦିନ ସନ୍ଧ୍ୟା ୭ରୁ ରାତି ୯ଟା ଯାଏଁ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅନ୍ୟପଟେ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଏବଂ ଶ୍ରଦ୍ଧାଳୁ ବେଶ ପ୍ରଶଂସା କରିଛନ୍ତି।

Comment