ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ବିନା ଇଣ୍ଟରନେଟ୍‌ରେ ବ୍ୟବହାର କରିପାରିବେ ଗୁଗଲ ଆସିଷ୍ଟାଣ୍ଟ। ନିକଟରେ ଦିଲ୍ଲୀରେ ଆୟୋଜିତ ଗୁଗଲ ଫର ଇଣ୍ଡିଆ କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରାଯାଥିଲା। ଏବେ ଭୋଡାଫୋନ ଏବଂ ଆଇଡିଆ ଗ୍ରାହକମାନେ ବିନା ଇଣ୍ଟରନେଟ୍‌ରେ ଗୁଗଲ ଆସିଷ୍ଟାଣ୍ଟ ବ୍ୟବହାର କରିପାରିବେ।

ଏଥିପାଇଁ ଗୁଗୁଲ କମ୍ପାନି ଆଇଡିଆ ଏବଂ ଭୋଡ଼ାଫୋନ ସହ ମିଶି ଏକ ହେଲ୍‌ପଲାଇନ୍‌ ନମ୍ବର ଜାରି କରିଛି। ଏହି ନମ୍ବରରେ ଫୋନ କରି ଗ୍ରାହକ ସିଧାସଳଖ ଗୁଗଲ ଆସିଷ୍ଟାଣ୍ଟ ସହ କଥା ହୋଇପାରିବେ। ଏହି ହେଲ୍‌ପଲାଇନ ନମ୍ବର ହେଉଛି ୦୦୦୮୦୦୯୧୯୧୦୦୦।

ୟୁଜର ସ୍ମାର୍ଟଫୋନରେ ଗୁଗଲ ଆସିଷ୍ଟାଣ୍ଟ ବ୍ୟବହାର କରି ଯେକୌଣସି ପ୍ରଶ୍ନ ପଚାରିପାରିଥାଏ। ତେବେ ଏହି ହେଲ୍‌ପଲାଇନ୍‌ ନମ୍ବରରେ ଫୋନ କରି ଜଣେ ଗ୍ରାହକ ସିଧାସଳଖ ଗୁଗଲ ଆସିଷ୍ଟାଣ୍ଟକୁ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ।

ଦୁଇ ବର୍ଷ ତଳେ ଗୁଗଲ କମ୍ପାନି ଭାରତରେ ଗୁଗଲ ଆସିଷ୍ଟାଣ୍ଟ ଲଞ୍ଚ କରିଥିଲା। ବର୍ତ୍ତମାନ ଗୁଗଲ ଆସିଷ୍ଟାଣ୍ଟ ୩୦ଟି ଭାଷା ସହ ୮୦ଟି ଦେଶରେ ବ୍ୟବହାର କରାଯାଉଛି।

Comment