ଓଡ଼ିଶାଲାଇଭ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ବିଭିନ୍ନ ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ। ଏହାସହ ୯୫ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ ୪ଲକ୍ଷ ୨୪ ହଜାର ୨୧୫ ଟଙ୍କା ସହ ୨୫ରୁ ଅଧିକ ମୋବାଇଲ ଫୋନ ଜବତ କରାଯାଇଛି।

ପ୍ରଥମେ ପୋଲିସ ପକ୍ଷରୁ ଶାସ୍ତ୍ରୀ ନଗରରେ ଏକ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସେଠାରୁ ୧୨ଜଣଙ୍କୁ ଗିରଫ କରାଯିବା ସହ ୭୦ ହଜାର ଟଙ୍କା ଓ ୬ଟି ମୋବାଇଲ ଜବତ କରାଯାଇଥିଲା। ପରେ ବଡ଼ ବଜାର, ଶାନ୍ତି ନଗର ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ରାତି ଅଧିଆ ଏହି ଅପରେସନରେ ୮ଟି ସ୍ଥାନରେ ପୋଲିସ ଚଢ଼ାଉ କରିଥିଲା। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ନେଇ ୩୦ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୩୦୦ରୁ ଅଧିକ ଗିରଫ ହୋଇଛନ୍ତି।

Comment