ଓଡ଼ିଶାଲାଇଭ ବ୍ୟୁରୋ

ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇଛନ୍ତି ଦୁଇ ଯୁବକ। ଏପରି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଦିଗବାରେଣୀ ଖୁଣ୍ଟି ନିକଟରେ। ଭାସିଯାଇଥିବା ଯୁବକ ଦୁଇଜଣ ଆର୍ମି ପରୀକ୍ଷା ଦେବାକୁ ଉତ୍ତରପ୍ରଦେଶରୁ ଆସିଥିଲେ। ସେମାନେ ହେଲେ ଅନୀଲ ଶିଖରଓ୍ଵାଲ ଓ ବିଜୟ ପାଲ୍‌।

ଦୁଇ ଜଣ ଯୁବକ ସମୁଦ୍ର ଭିତରେ ଗଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ତେବେ ସେଠାରେ ଉପସ୍ଥିତ ଆର୍ମି ପରୀକ୍ଷା ଦେବାକୁ ଆସିଥିବା ଅନ୍ୟ ଛାତ୍ରମାନେ ଏହାକୁ ଦେଖି ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ପରେ ଲାଇଫ ଗାର୍ଡ ଓ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Comment