ଓଡ଼ିଶାଲାଇଭ ବ୍ୟୁରୋ

ସୈନିକ ସ୍କୁଲରେ ୨୦୨୦-୨୧ ଶିକ୍ଷାବର୍ଷରେ ନାମ ଲେଖାଇବା ପାଇଁ ଅନଲାଇନ ପଞ୍ଜିକରଣର ଶେଷ ତାରିଖକୁ ଘୁଞ୍ଚାଯାଇଛି। ଅକ୍ଟୋବର ୩୧ ତାରିଖ ଯାଏଁ ପଞ୍ଜିକରଣ କରିପାରିବେ। ଭୁବନେଶ୍ଵର ଓ ସମ୍ଵଲପୁରରେ ଥିବା ସୈନିକ ସ୍କୁଲ ପାଇଁ ଏହି ପଞ୍ଜିକରଣ କରାଯାଉଛି।

ସୈନିକ ସ୍କୁଲ ଭୁବନେଶ୍ଵର ପାଇଁ ଷଷ୍ଠରୁ ନବମ ଶ୍ରେଣୀ ଓ ସୈନିକ ସ୍କୁଲ ସମ୍ଵଲପୁର ପାଇଁ କେବଳ ଷଷ୍ଠ ଶ୍ରେଣୀ ପାଇଁ ଅନଲାଇନ ପଞ୍ଜିକରଣ କରିପାରିବେ। ଏହାର ପ୍ରବେଶିକା ପରୀକ୍ଷା ୫ ଜାନୁଆରୀ ୨୦୨୦ରେ କରାଯିବ।

ଅନଲାଇନ ପଞ୍ଜିକରଣ ପାଇଁ ଓ୍ଵେବସାଇଟ sainikschooladmission.in କୁ ଯାଇ ପାରିବେ। ଯୋଗାଯୋଗ ପାଇଁ – ୭୦୭୭୭୨୯୯୧୯ ଓ ୭୦୭୭୭୨୯୯୨୦

Comment