ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଲିଜ ହେଲା ତରଙ୍ଗ ସିନେ ପ୍ରଡକ୍ସନ ନୂଆ ଫିଲ୍ମ ‘ବାଳ ଦି ରିଦିମ୍‌ ଲାଇଫ୍‌’ର ପ୍ରଥମ ଟ୍ରେଲର୍‌। ୧ ମିନିଟ୍‌ ୫୮ ସେକେଣ୍ଡର ଏହି ଟ୍ରେଲରରେ ଜଣେ ଚନ୍ଦା ଲୋକ ଜୀବନ କାହାଣୀକୁ ଦର୍ଶାଯାଇଛି। ଏହି ଭିଡିଓକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି।

ଫିଲ୍ମର କାହାଣୀ ଜଣେ ଚନ୍ଦା ଲୋକର ଜୀବନ ଉପରେ ପର୍ଯ୍ୟବେସିତ ହୋଇଛି। ନିକଟରେ ତରଙ୍ଗ ସିନେ ପ୍ରଡକ୍ସନ ତା’ର ଆଗାମୀ ଫିଲ୍ମ ‘ବାଳ ଦ ରିଦିମ୍‌ ଅଫ୍‌ ଲାଇଫ୍’ର ପୋଷ୍ଟର ରିଲିଜ କରିଛି।

ଦଶହରା ପୂଜାରେ ‘ମିଷ୍ଟର ମଜନୁ’ ଭଳି ଫିଲ୍ମ କରି ଦର୍ଶକଙ୍କୁ ଖୁସି କରିଥିବା ତରଙ୍ଗ ସିନେ ପ୍ରଡକ୍ସନ, ଖୁବଶୀଘ୍ର ତା’ର ଆଗାମୀ ଫିଲ୍ମ ‘ବାଳ ଦ ରିଦିମ୍‌ ଅଫ୍‌ ଲାଇଫ୍’ ରିଲିଜ୍ କରିବାକୁ ଯାଉଛି। ଏହି ଫିଲ୍ମରେ ଦର୍ଶକ ଜଣେ ଚନ୍ଦା ବ୍ୟକ୍ତିର କାହାଣୀ ଦେଖିବାକୁ ପାଇବେ।

ଏହି ଫିଲ୍ମର ନିର୍ମାଣ ତରଙ୍ଗ ସିନେ ପ୍ରଡକ୍ସନ କରୁଥିବାବେଳେ, ଫିଲ୍ମର ନିର୍ଦ୍ଦେଶନା ଦେବେ ଅମରେଶ୍ ପତି। ଏହାସହ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନାର ଭାର ସମ୍ଭାଳୁଛନ୍ତି ଅଭିଜିତ୍ ମଜୁମଦାର।

Comment