ଓଡ଼ିଶାଲାଇଭ ବ୍ୟୁରୋ

puri temple

ପୁରୀ: ଶ୍ରୀମନ୍ଦିର ଭିତର ଲାଗିଥିବା ଏସିକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି। ଏସି ପବନ ସିଧା ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ବାଜିବା ସହ ଗର୍ଭଗୃହ କାନ୍ଥ ଝାଳେଇ ଦୁର୍ବଳ ହେବାରେ ଲାଗିଛି। ଏମିତିକି ଶ୍ରୀଅଙ୍ଗରେ ପାଣି ଛିଟିକା ପଡୁଥିବା ମଧ୍ୟ ସେବାୟତ ଅଭିଯୋଗ କରିଛନ୍ତି। ତେବେ ଏଠାରୁ ତୁରନ୍ତ ଏସି କାଢ଼ିବାକୁ ଦାବି କରାଯାଉଛି।

ଯେଉଁଠି ଏସି ଲଗାଯାଇଛି ତାହା ସଠିକ ସ୍ଥାନ ନୁହେଁ ବୋଲି ସେବାୟତ ଅଭିଯୋଗ ଆଣିଛନ୍ତି। ମହାପ୍ରଭୁଙ୍କ ଦେହରେ ଶୀତଳ ପବନ ବାଜୁଥିବାରୁ ଗୁପ୍ତ ନୀତିରେ ସମସ୍ୟା ଦେଖାଦେଇଛି। ଏହାସହ ମହାପ୍ରଭୁଙ୍କ ବନକ ଲାଗିରେ ମଧ୍ୟ ସମସ୍ୟା ଉପୁଜିଛି। ତେବେ ଏହାର ତୁରନ୍ତ ସମାଧାନ କରାଯାଉ ବୋଲି ସେବାୟତମାନେ ଦାବି କରିଛନ୍ତି।

ଗର୍ଭଗୃହରେ ଏସି ନ ଲଗାଇବାକୁ ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବାରଣ କରୁଥିଲେ ମଧ୍ୟ ଭକ୍ତଙ୍କ ସୁବିଧା ପାଇଁ ଏଠାରେ ଏସି ଲଗା ଯାଇଥିଲା। ଗର୍ଭଗୃହରେ ଭକ୍ତମାନେ ଅଣନିଶ୍ଵାସୀ ହୋଇ ପଡୁଥିବାରୁ ୨୦୧୬ ଏସି ଲାଗିଥିଲା। ଭକ୍ତଙ୍କ ପାଇଁ କରାଯାଇଥିବା ସୁବିଧା ଏବେ ମହାପ୍ରଭୁଙ୍କ ପାଇଁ ବିପଦର କାରଣ ବୋଲି କହିଛନ୍ତି ଦଇତାପତି ସେବକ ରାମଦାସ ମହାପାତ୍ର।

Comment