ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶିଷ୍ଟ ଭଜନ ସମ୍ରାଟ ଅନୁପ ଜଲୋଟା ବିଗ୍‌ବସ୍‌ ସିଜନ୍‌ ୧୨ରେ ନିଜ ପ୍ରେମ ସଂପର୍କକୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ। ସେ ନିଜ ପ୍ରିୟ ଶିଷ୍ୟା ଜସ୍‌ଲିନ୍ ମଥାରୁଙ୍କ ସହ ବିଗ୍‌ବସ୍‌ ହାଉସ୍‌ରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଦୁହିଁଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ ବି କରିଥିଲେ ସମସ୍ତେ। କିନ୍ତୁ ଘରୁ ବାହାରିବା ପରେ ଜସ୍‌ଲିନ୍‌ ଅନୁପଙ୍କ କେବଳ ଶିଷ୍ୟା ବୋଲି କୁହାଗଲା।

ତେବେ ଏହି ଯୋଡ଼ି ଆଉ ଏମାନଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ବଡ଼ ପରଦାରେ ଦେଖିବା ସୁଯୋଗ ପାଇବେ ଦର୍ଶକ। “ଓ୍ୱ ମେରା ଷ୍ଟୁଡେଣ୍ଟ୍” ଫିଲ୍ମରେ ଏକାଠି କାମ କରିବେ ଅନୁପ ଓ ଜସଲିନ୍।

ଜସ୍‌ଲିନ୍‌ଙ୍କ ପିତା କେସର ମଥାରୁ ଫିଲ୍ମରେ ନିର୍ଦ୍ଦେଶକ ରହିବେ। ଟାଇମ୍ସ୍ ଅଫ୍ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ ଅନୁପ ଫିଲ୍ମ କଥା ସ୍ପଷ୍ଟ କରିଛନ୍ତି।

“ଗତବର୍ଷ ଦିପାବଳୀ ପୂର୍ବରୁ ବିଗ୍‌ବସ୍‌ ହାଉସ୍‌ରେ ଗୋଟିଏ ଧମାକା ହୋଇଥିଲା। ଏ ବର୍ଷ ବି ଦିପାବଳୀ ପୂର୍ବରୁ ଆଉ ଏକ ବଡ଼ ଧମାକା ହେବ। ଏହି ଫିଲ୍ମ ଜରିଆରେ ଲୋକଙ୍କ ମନରେ ଆମ ଦୁହିଁଙ୍କୁ ନେଇ ଥିବା ସମସ୍ତ ସନ୍ଦେହ ଆଉ ଭୁଲଧାରଣା ଦୂର ହେବ” ବୋଲି ଅନୁପ କହିଛନ୍ତି।

Comment