ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରତିବର୍ଷ ମେ’ ମାସ ୨୮ ତାରିଖରେ ପିରିୟଡସ୍ ବା ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ପରିୟଡସ୍ ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ପିରିୟଡସ୍ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ପିରିୟଡସ୍ ଦିବସର ଥିମ ରହିଛି ‘ଟୁଗେଦର ଫର ଏ ପିରିୟଡ ଫ୍ରେଣ୍ଡଲି ୱାର୍ଲ୍ଡ’।

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ବର୍ତ୍ତମାନ ଯୁବତୀ ଏବଂ ମହିଳାମାନଙ୍କର ପିରିୟଡସ ବା ଋତୁସ୍ରାବରେ ଅନିୟମିତତା ଦେଖାଦେଉଛି। ଫଳରେ ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ଭଳି ଏକ ହରମୋନ୍ ଜନିତ ସମସ୍ୟା ଦେଖାଦିଏ ବୋଲି କୁହନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣା।

ମହିଳାଙ୍କଠାରେ ପିସିଓଏସ୍ ସମସ୍ୟା ଯୋଗୁଁ ଋତୁସ୍ରାବରେ ଅନିୟମିତତା ଦେଖାଦେଇଥାଏ। ଫଳରେ ମାସ ମାସ ଧରି ପିରିୟଡସ୍ ହୋଇନଥାଏ କିମ୍ବା ମାସକରେ ଦୁଇ ଥର ପିରିୟଡସ୍ ହୋଇଥାଏ। ଯାହା ପରବର୍ତ୍ତୀ ସମୟରେ ବିଭିନ୍ନ ରୋଗର କାରଣ ପାଲଟେ ବୋଲି ଡାକ୍ତର କୁହନ୍ତି।

ତେବେ ପିସିଓଏସର କାରଣ, ଲକ୍ଷଣ ଏବଂ ଏହାର ଚିକିତ୍ସା ପଦ୍ଧତି କ’ଣ ରହିଛି ସେ ନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣାଙ୍କଠାରୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #MHDay2024 #MenstrualHygiene #PeriodFriendlyWorld #EndPeriodStigma #HealthCare #WHO #India

LEAVE A REPLY

Please enter your comment!
Please enter your name here