ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ: ଫନିର ତାଣ୍ଡବ ପରେ ପ୍ରଶାସନର ପଶିଲା ଚେତା। ଖୁବଶିଘ୍ର ପୁରୀରେ ନିର୍ମାଣ ହେବ ବାତ୍ୟା ଆଶ୍ରୟସ୍ଥଳୀ। ଏଥିରେ ବାତ୍ୟା ବେଳେ ବସ୍ତିବାସିନ୍ଦା ଆଶ୍ରୟ ନେବେ। ଏନେଇ ଗୁରୁବାର ଏଲ ଆଣ୍ଡ ଟି ଓ ହାବିଟାଟ୍ ଫର୍‌ ହ୍ୟୁମାନିଟି ଟ୍ରଷ୍ଟ ସହ ଚୁକ୍ତି ସ୍ଵାକ୍ଷରିତ କରିଛନ୍ତି ରାଜ୍ୟ ସରକାର।

ଏହି ଚୁକ୍ତି ଅନୁସାରେ ପୁରୀ ସଦର ବ୍ଲକ ଅଧିନସ୍ଥ ବଡ଼ ଭୋଇ ସାହି, ଉତ୍ତର ଭୋଇ ସାହି ଏବଂ ଧଉଡ଼ି ଆଦିବାସୀ ବସ୍ତିର ଫନି ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୧୫୦ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ। ଏଥି ପାଇଁ ପାଣ୍ଠି ଯୋଗାଇବ ଏଲ୍‌ ଆଣ୍ଡ ଟି କମ୍ପାନୀ। ଜିଲ୍ଲା ପ୍ରଶାସନ ଓ ହାବିଟାଟ୍‌ ପକ୍ଷରୁ ଆନୁସଙ୍ଗିକ ସହାୟତା ପ୍ରଦାନ କରାଯାଇ ବାସଗୃହ ଗୁଡିକ ନିର୍ମାଣ କରାଯିବ।

ଆସନ୍ତା ଦୁଇ ବର୍ଷ ମଧ୍ୟରେ ମିଳିତ ଭାବେ ପୁରୀ ଜିଲ୍ଲାରେ କାର୍ଯ୍ୟ କରିବାକୁ ବୁଝାବଣା ହୋଇଛି। ପ୍ରତି ଘର ପାଇଁ ୪ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଏହା ୩ଶହ ବର୍ଗ ଫୁଟର ନିର୍ମାଣ ହେବ। ଏହି ନିର୍ମାଣ ପ୍ରକଳ୍ପ ୧୮ମାସ ଭିତରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

LEAVE A REPLY

Please enter your comment!
Please enter your name here