ଓଡ଼ିଶାଲାଇଭ ବ୍ୟୁରୋ

ଶନିବାରଠାରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳକୁ ବଡ଼ ଝଟକା ଲାଗିଛି। ଦଳର ପ୍ରମୁଖ ଓପନର ଆଇଡେନ ମାର୍କାରାମ୍ ଆହତ କାରଣରୁ ରାଞ୍ଚିରେ ହେବାକୁ ଥିବା ଏହି ଟେଷ୍ଟ ମ୍ୟାଚରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ କୌଣସି ଖେଳାଳିଙ୍କୁ ସାମିଲ କରାଯାଇ ନାହିଁ।
ଗତ ଟେଷ୍ଟରେ ଆଉଟ ହେବା ପରେ ନିରାଶ ହୋଇ ଡ୍ରେସିଂ ରୁମ୍କୁ ଫେରୁଥିବା ବେଳେ ଏକ ଶକ୍ତ ଜିନିଷକୁ ମୁତା ମାରିଥିଲେ ଯେଉଁଥି ପାଇଁ ତାଙ୍କ ରିଷ୍ଟରେ ଶକ୍ତ ଆଘାତ ଲାଗିଛି। ମାର୍କାରାମ୍ ପ୍ରଥମ ଟେଷ୍ଟରେ ୫ ଓ ୩୯ରନ କରିଥିବା ବେଳେ ପୁଣେ ଟେଷ୍ଟରେ ଦୁଇଟି ଯାକ ଇଂନିସରେ ଖାତା ଖୋଲି ପାରିନଥିଲେ।
ତେବେ ଫର୍ମରେ ନଥିଲେ ମଧ୍ୟ ଦଳ ପାଇଁ ବଡ଼ ଇଂନିସ ଖେଳିବାର ଦକ୍ଷତା ମାର୍କରାମ୍ଙ୍କ ପାଖରେ ରହିଛି। ଆଗାମୀ ଟେଷ୍ଟରେ ଦଳ କାହାକୁ ଓପନିଂ ଦାୟିତ୍ଵ ଦେବ ସେନେଇ ଚିନ୍ତାରେ ରହିଚି।

















