ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡେପୁଟି ଜେନେରାଲ ମ୍ୟାନେଜର(ପର୍ସୋନେଲ), ସିନିୟମ ମ୍ୟାନେଜର (ପର୍ସୋନେଲ), ମ୍ୟାନେଜର (ପର୍ସୋନେଲ) ଏବଂ ମେଡିକାଲ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ।

ଓଡ଼ିଶାର ସରକାରୀ ଉଦ୍ୟୋଗ ଓଡ଼ିଶା ଖଣି ନିଗମରେ ବିଭିନ୍ନ ବରିଷ୍ଠ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ କରିବାର ସମୟସୀମା ରହିଛି ନଭେମ୍ବର ୨ ତାରିଖ।

ପଦବୀ: ଡେପୁଟି ଜେନେରାଲ ମ୍ୟାନେଜର(ପର୍ସୋନେଲ) – ଗ୍ରେଡ୍‌ ଇ-୫

  • ସ୍କେଲ ଅଫ୍‌ ପେ’ – ୭୮,୮୦୦ରୁ ୨,୦୯,୨୦୦ ଟଙ୍କା
  • ପ୍ରରମ୍ଭିକ ବେସିକ ଦରମା ୧,୦୫,୯୦୦ ଟଙ୍କା
  • ପଦବୀ ସଂଖ୍ୟା – ୧ (ସଂରକ୍ଷିତ ନୁହେଁ)

ପଦବୀ: ସିନିୟର ମ୍ୟାନେଜର (ପର୍ସୋନେଲ) – ଗ୍ରେଡ୍‌ ଇ-୪

  • ସ୍କେଲ ଅଫ୍‌ ପେ’ – ୬୭,୭୦୦ରୁ ୨,୦୮,୭୦୦ ଟଙ୍କା
  • ପ୍ରାରମ୍ଭିକ ବେସିକ ଦରମା ୯୧,୧୦୦ ଟଙ୍କା
  • ପଦବୀ ସଂଖ୍ୟା – ୨ (ଏସ୍‌ଇବିସି-୧ ପାଇଁ ସଂରକ୍ଷିତ, ସାଧାରଣ ବର୍ଗ-୧)

ପଦବୀ: ମ୍ୟାନେଜର (ପର୍ସୋନେଲ) – ଗ୍ରେଡ୍‌ ଇ-୩

  • ସ୍କେଲ ଅଫ୍‌ ପେ’ – ୬୭,୭୦୦ରୁ ୨,୦୮,୭୦୦ ଟଙ୍କା
  • ପ୍ରାରମ୍ଭିକ ବେସିକ ଦରମା ୭୮,୫୦୦ ଟଙ୍କା
  • ପଦବୀ ସଂଖ୍ୟା – ୨ (ଏସ୍‌-୧, ଏସ୍‌ଟି-୧ ପାଇଁ ସଂରକ୍ଷିତ)

ପଦବୀ: ମେଡିକାଲ ଅଫିସର ଗ୍ରେଡ୍‌ – ଇ-୨

  • ସ୍କେଲ ଅଫ୍‌ ପେ’ – ୬୭,୭୦୦ରୁ ୨,୦୮,୭୦୦ ଟଙ୍କା
  • ପ୍ରାରମ୍ଭିକ ବେସିକ ଦରମା ୬୭,୭୦୦ ଟଙ୍କା
  • ପଦବୀ ସଂଖ୍ୟା – ୨ (ସଂରକ୍ଷିତ ନୁହେଁ)

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ https://omcltd.in ସାଇଟ୍‌ରୁ ଆବେଦନପତ୍ର ଡାଉନ୍‌ଲୋଡ୍‌ କରିପାରିବେ। ଆବେଦନପତ୍ର ସହିତ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ପ୍ରମାଣପତ୍ର ଯୋଡ଼ି – ଜେନେରାଲ ମ୍ୟାନେଜର (ପି ଏଣ୍ଡ ଏ), ଦ ଓଡ଼ିଶା ମାଇନିଙ୍ଗ୍‌ କର୍ପୋରେସନ ଲିମିଟେଡ୍‌, ଓଏମ୍‌ସି ହାଉସ୍‌, ଭୁବନେଶ୍ୱର – ୭୫୧୦୦୧ ଠିକଣାରେ ସ୍ପିଡ୍‌ପୋଷ୍ଟ କିମ୍ବା କୋରିଅର ମାଧ୍ୟମରେ ପଠାଇପାରିବେ।

ଆବେଦନପତ୍ର ପହଞ୍ଚିବାରେ ଶେଷ ତାରିଖ ୨ ନଭେମ୍ବର ୨୦୧୯।

ଓଡ଼ିଶା ଖଣି ନିଗମ ଓଡ଼ିଶା ସରକାରଙ୍କ ଏକ ଗୋଲ୍‌ଡ କାଟାଗୋରି ତଥା ଲାଭକାରୀ ସରକାରୀ ଉଦ୍ୟୋଗ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହାର ବାର୍ଷିକ କାରବାର ଥିଲା ୪୦୫୩ କୋଟି ଟଙ୍କା। ଓଡ଼ିଶାରେ ଶିଳ୍ପ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଏମ୍‌ସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଏହି ସଂସ୍ଥା ଓଡ଼ିଶାରେ ଲୁହାପଥର, କ୍ରୋମ ଏବଂ ବକ୍ସାଇଟ୍‌ ଖଣି ଉତ୍ତୋଳନ ଓ କାରବାର ପାଇଁ ଅନୁବନ୍ଧିତ।

Comment