ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ପଡ଼ିଆକୁ ଓହ୍ଲାଇବେ ସେହଓ୍ଵାଗ-ସଚିନ୍‌। ୨୦୨୦ ମସିହା ଫେବୃଆରୀ ମାସରେ ହେବାକୁ ଥିବା ରୋଡ ସେଫ୍ଟି ୱାର୍ଲ୍ଡ ସିରିଜରେ ନଜର ଆସିବେ ସେହଓ୍ଵାଗ-ସଚିନ ଯୋଡ଼ି। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସୂଚନା ମିଳିଛି।

ଆସନ୍ତା ବର୍ଷ ଫେବୃଆରୀ ମାସରେ ଖେଳାଯିବାକୁ ଥିବା ରୋଡ ସେଫ୍ଟି ୱାର୍ଲ୍ଡ ସିରିଜରେ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟରମାନଙ୍କୁ ନେଇ ଏହି ସିରିଜ ଖେଳାଯିବ। ଏହି ସିରିଜରେ ସେହଓ୍ଵାଗ-ସଚିନଙ୍କ ସହ ଅଷ୍ଟ୍ରେଲିଆର ବ୍ରେଟ୍ ଲି, ଶ୍ରୀଲଙ୍କାର ଦିଲଶାନ୍, ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରା ଅଂଶଗ୍ରହଣ କରିବେ।

ଏହି ସିରିଜ ପାଇଁ ବିସିସିଆଇ ଅନୁମତି ପ୍ରଦାନ କରିସାରିଛି। ଏହି ସିରିଜକୁ ମହାରାଷ୍ଟ୍ରର ସ୍ୱଚ୍ଛ ଭାରତ ସୁରକ୍ଷିତ ଭାରତ ନାମକ ଏକ ଟ୍ରଷ୍ଟ ଆୟୋଜନ କରୁଛି। ଟି-୨୦କ୍ରିକେଟର ପ୍ରଚାର ପ୍ରସାର କରିବା ପାଇଁ ଏହି ସିରିଜର ଆୟୋଜନ କରାଯାଉଛି।

Comment