ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୪ ବର୍ଷ ଫିଲ୍ମ ଦୁନିଆରୁ ଦୂରେଇ ରହିବା ପରେ ଅଭିନେତା ସୁରଜ ପାଞ୍ଚୋଲି ବଲିଉଡକୁ ଫେରିଛନ୍ତି। ଦେଶାତ୍ମକବୋଧ ଫିଲ୍ମ ‘ସେଟ୍‌ଲାଇଟ୍‌ ଶଙ୍କର’ ଜରିଆରେ ବଲିଉଡ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ସୁରଜ। ଗୁରୁବାର ଫିଲ୍ମ ‘ସେଟ୍‌ଲାଇଟ୍‌ ଶଙ୍କର’ର ଟ୍ରେଲର ରିଲିଜ ହୋଇଯାଇଛି।

ସୁରଜ ପାଞ୍ଚୋଲିଙ୍କ ସହ ଏହି ଫିଲ୍ମରେ ମେଘା ଆକାଶ ନଜର ଆସିବେ। ଫିଲ୍ମରେ ଭରପୁର ଆକ୍ସନ, ଡ୍ରାମା, ରୋମାନ୍ସ ଓ ଦେଶ ଭକ୍ତି ଦେଖିବାକୁ ମିଳିବ। ଫିଲ୍ମରେ ସୁରଜ ଜଣେ ଯବାନ ଭୂମିକାରେ ଅଭିନୟ କରିଛନ୍ତି। ନିର୍ଦ୍ଦେଶକ ଇର୍ଫାନ ‘ସେଟ୍‌ଲାଇଟ୍‌ ଶଙ୍କର’ର ନିର୍ଦ୍ଦେଶନା ଦେଇଛନ୍ତି।

ଦେଖନ୍ତୁ ଟ୍ରେଲର:

 

 

Comment