ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଭିଏତ୍‌ନାମରେ ଲଞ୍ଚ କରିଛି ଭିଭୋ ୱାଇ୧୧ (୨୦୧୯) ସ୍ମାର୍ଟଫୋନ୍‌। କମ୍ପାନି ଦୁଇଟି କଲର ଭାରିଏଣ୍ଟ୍‌ ଏବଂ ୱାଟରଡ୍ରପ୍‌ ନଚ୍‌ ଡିସପ୍ଲେ ସହ ଏହାକୁ ଲଞ୍ଚ୍‌ କରିଛି। ୩ଜିବ ରାମ୍‌ ଏବଂ ୩୨ ଜିବି ଷ୍ଟୋରେଜ୍‌ ଯୁକ୍ତ ଏହି ସ୍ମାର୍ଟଫୋନ୍‌ର ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ପାଖାପାଖି ୯,୨୦୦ ଟଙ୍କା ରହିଛି।

କୋରାଲ ରେଡ୍‌ ଏବଂ ଜେଡ୍‌ ଗ୍ରୀନ୍‌ କଲର ଭାରିଏଣ୍ଟ୍‌ରେ କିଣି ପାରିବେ। ଖୁବ୍‌ଶୀଘ୍ର ଏହାକୁ ଚୀନ୍‌ ଏବଂ ଭାରତରେ ଲଞ୍ଚ କରାଯିବ ବୋଲି ଶୁଣିବାକୁ ମିଳୁଛି।

ଡୁଅଲ ନାନୋ ସିମ୍‌ ସପୋର୍ଟ ଏହି ସ୍ମାର୍ଟରେ ଆଣ୍ଡ୍ରଏଡ୍‌ ୯ ଥିବା ଫନ୍‌ଟଚ୍‌ ୯.୧ ଅପରେଟିଂ ସିଷ୍ଟମ ରହିଛି। ଏଥିରେ ୱାଟର ଡ୍ରପ୍‌ ଷ୍ଟାଇଲ୍‌ ନଚ୍‌ ସହିତ ୬.୩୫ ଇଞ୍ଚ ଏଚ୍‌ଡି ଡିସପ୍ଲେ ରହିଛି। ଏଥିରେ ଅକ୍ଟାକୋର କ୍ୱାଲକମ୍‌ ସ୍ନାପଡ୍ରାଗନ ପ୍ରୋସେସର ଦିଆଯାଇଛି।

ଫଟୋଗ୍ରାଫି ପାଇଁ ୧୩ ମେଗାପିକ୍ସେଲ ପ୍ରାଇମେରୀ ସହ ଡୁଅଲ ରିୟର କ୍ୟାମେରା ରହିଛି। ସେହିପରି ସେଲ୍‌ଫି ପାଇଁ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ବ୍ୟାକ୍‌ ଫିଙ୍ଗରପ୍ରିଣ୍ଟ ସେନ୍ସର ସହ ଏଥିରେ ୫ ହଜାର ଏମ୍‌ଏଏଚ୍‌ର ବ୍ୟାଟେରୀ ଦିଆଯାଇଛି।

Comment