ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ: ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ଗଡ଼ିବ ଆଉ ଏକ ସ୍ଵତନ୍ତ୍ର ଟ୍ରେନ। ଏହି ଟ୍ରେନ ପୁରୀରୁ ରାୟପୁରକୁ ଗଡ଼ିବ। ଭିଡ଼କୁ ସମସ୍ୟାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। କିଛି ଦିନ ତଳେ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌ ଚାଲୁ କରାଯାଇଥିବା ବେଳେ କାଲି ପୁରୀରୁ ଟାଟାନଗର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଗଡ଼ିଥିଲା।

ଶନିବାର ଦିନ ପୁଣି ଥରେ ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ପୁରୀ-ରାୟପୁରକୁ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯାତ୍ରା ଆରମ୍ଭ କରିବ ବୋଲି ସୂଚନା ରହିଛି। ସଂନ୍ଧ୍ୟା ୭ଟାରେ ଟ୍ରେନ୍‌ଟି ପୁରୀ ରେଳ ଷ୍ଟେସନ ଛାଡ଼ିବା ସହ ଭୁବନେଶ୍ୱର, ଢ଼େଙ୍କାନାଳ, ସମ୍ବଲପୁର ଓ ଟିଟିଲାଗଡ଼ ଦେଇ ଯାତ୍ରା କରିବ।

ଏହି ଟ୍ରେନରେ ୧୨ଟି ଜେନେରାଲ କୋଚ୍‌ ଥିବା ବେଳେ ପରୀକ୍ଷାର୍ଥୀମାନେ ଜେନେରାଲ ବୁକିଂ କାଉଣ୍ଟର ବା ନିଜ ଫୋନ ଜରିଆରେ ଟିକେଟ ବୁକ୍‌ କରି ପାରିବେ। ପୁରୀ-ରାୟପୁର ସହ ପୁରୀ-ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସରେ ମଧ୍ୟ ଦୁଇଟି ଜେନେରାଲ କୋଚ୍‌କୁ ସାମିଲ କରାଯାଇଥିବା ଜଣାପଡ଼ିଛି। ଯାହା ଦ୍ୱାରା ପରୀକ୍ଷାର୍ଥୀମାନେ ଅଧିକ ଲାଭବାନ ହେବେ।

Comment