ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶା ପୋଲିସରେ ଚାକିରି ସୁଯୋଗ। ୧୦୧ ଗୁର୍ଖା ସିପାହୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି।

ଓଡ଼ିଶା ପୋଲିସରେ ଗୁର୍ଖା ସିପାହୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଝାରସୁଗୁଡ଼ା ଓଏସଏପି ୨ୟ ବାଟାଲିୟନରେ ୭୩ ପଦବୀ ଓ ବାରିପଦା ପଞ୍ଚମ ବାଟାଲିୟନରେ ୨୮ ପଦବୀ ପାଇଁ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀମାନେ ୩୧ ଅକ୍ଟୋବର ୨୦୧୯ ସୁଦ୍ଧା ଆବେଦନ କରିବାକୁ ପଡ଼ିବ। ଅସମ୍ପୂର୍ଣ୍ଣ ଫର୍ମକୁ ଗ୍ରହଣ କରାଯିବ ନାହିଁ। ପରେ ଝାରସୁଗୁଡ଼ା ପରେଡ ଗ୍ରାଉଣ୍ଡରେ ୮ ନଭେମ୍ଵରରେ ପରୀକ୍ଷା କରାଯିବ। ତେଣୁ ୮ ନଭେମ୍ଵର ସକାଳ ୭ଟା ସୁଦ୍ଧା ପ୍ରାର୍ଥୀମାନଙ୍କୁ ପହଞ୍ଚିବାକୁ ହେବ।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ନବମ ଓ ଦଶମ ପାସ୍‌ କରିଥିବା ଦରକାର। ଦଶମରେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ୧୫ ମାର୍କ, ଦ୍ଵିତୀୟରେ ପାସ କରିଥିଲେ ୧୨ ଓ ତୃତୀୟ ଶ୍ରେଣୀରେ ପାସ କରିଥିଲେ ୧୦ ମାର୍କ ପରୀକ୍ଷାରେ ମିଳିବ। କେବଳ ନବମ ଶ୍ରେଣୀ ପାସ୍‌ କରିଥିଲେ କିଛି ମାର୍କ ଦିଆଯିବ ନାହିଁ।

ବୟସ ସୀମା – ୧୮ରୁ ୨୫

ଏଥିରେ ଆବେଦନ ପରେ ନଭେମ୍ଵର ୮ ତାରିଖରେ ଶାରିରୀକ ପରୀକ୍ଷା, ମୌଖିକ ପରୀକ୍ଷା ଓ ଓଡିଆ ପରୀକ୍ଷା କରାଯିବ। ନିଜର ଶିକ୍ଷା ପ୍ରମାଣପତ୍ର, କମ୍ପ୍ୟୁଟର ଓ ଏନସିସି ପ୍ରମାଣପତ୍ର ସାଙ୍ଗରେ ଆଣିଥିବା ଦରକାର। ଅଧିକ ବିବରଣୀ ପାଇଁ https://www.odishapolice.gov.in କୁ ଯାଇ ପାରିବେ।

Comment