ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ। ଗେଣ୍ଡାପଡ଼ା, ନୋଳିଆ ସାହି ଓ ନିମାପଡ଼ା ଆଦି ଅଞ୍ଚଳରେ ଏହି ଚଢ଼ାଉ କରାଯାଇଛି। ଏଥିରେ ୧୫ ଶହ ଲିଟର ପୋଚ, ୨ଶହ ଲିଟର ମଦ ଓ ୫ କିଲୋଗ୍ରାମ ଭାଙ୍ଗ ଜବତ ହୋଇଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ତ୍ଵାବଧାନରେ ଏହି ଚଢାଉ କରାଯାଇଛି। ଆଗାମୀ ଦିନରେ ଏହି ଚଢ଼ାଉକୁ ଜୋରଦାର କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here