ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଟ ଦେଉଛି ମହାରାଷ୍ଟ୍ର ଓ ହରିୟାଣା। ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ଭୋଟଦାନ ପ୍ରକ୍ରିୟା ଜାରି ରହିଛି। ବହୁ ନେତା ମନ୍ତ୍ରୀଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ଭୋଟ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ମଧ୍ୟ ନିଜ ପରିବାର ସହ ଆସି ମତଦାନ କରିଛନ୍ତି। ସେହିପରି ଠାକ୍‌ରେ ପରିବାର ମଧ୍ୟ ଭୋଟ ଦେଇଥିବା ଦେଖିବାକୁ ମିଳିଛି।

ପତ୍ନୀ ରଶ୍ମୀ ଏବଂ ପୁଅ ଆଦିତ୍ୟ ଠାକରେଙ୍କ ସହ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜର ମତ ଅଧିକାର ସାବ୍ୟସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ତାଙ୍କ ମା’ ଓ ପତ୍ନୀଙ୍କ ସହ ଆସି ଭୋଟ୍ ଦେଉଥିବା ଦେଖିବାକୁ ମିଳିଥିଛି। ସେହିପରି ଏନ୍‌ସିପି ନେତା ଶରଦ ପାୱାର ନିଜ ମତ ଅଧିକାର ସାବ୍ୟସ୍ତ କରିଛନ୍ତି।

ରାଜ୍ୟର ସମସ୍ତ ୨୮୮ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟଗ୍ରହଣ। ଏଥିରେ ଗୋଟିଏ ପଟେ ଶିବସେନା-ବିଜେପି ମେଣ୍ଟ ରହିଥିବାବେଳେ ଏହାକୁ ଟକ୍କର ଦେଉଛି କଂଗ୍ରେସ-ଏନସିପି ମେଣ୍ଟ।

Comment