ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଜଣେ ୧୫ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି।  ରବିବାର ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପୁରୀ ସଦର ହସ୍ପିଟାଲରେ। ଡାକ୍ତରଙ୍କ ଅବହେଳା ଯୋଗୁଁ ବାଳକର ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ।

ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତଜେନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ହସ୍ପଟାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ବିଜେପିର ଜିଲ୍ଲା ଯୁବ ସଭାପତି ଜୟନ୍ତ ଦାସ ଓ ମୃତକଙ୍କ ପରିବାରବର୍ଗ ଘଟଣା ସମ୍ପର୍କରେ ଜିଲ୍ଲା ଉପଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ।

Comment