ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଦୀର୍ଘ ୧୫ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି ଟିମ୍‌ ଇଣ୍ଡିଆର ଦ୍ରୁତବୋଲର ଉମେଶ ଯାଦବ। ତେବେ ସେ ବୋଲିଂରେ ନୁହେଁ, ନିଜର ବ୍ୟାଟିଂ ପାଇଁ ଏହି ରେକର୍ଡର ଅଧିକାରୀ ହୋଇପାରିଛନ୍ତି ଉମେଶ। ଫଳରେ ସେ ନ୍ୟୁଜିଲାଣ୍ଡର ପୂବତନ କ୍ରିକେଟର ଷ୍ଟିଫେନ୍ ଫ୍ଲେମିଂଙ୍କୁ ପଛରେ ପକାଇଛନ୍ତି।

ଶନିବାର ରାଞ୍ଚିରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଉମେଶ ବ୍ୟାଟିଂ କରିବାକୁ ଆସି ୧୦ଟି ବଲରେ ୩୧ରନ୍ ସଂଗ୍ରହ କରିଥିଲେ। ଏଥି ମଧ୍ୟରେ ଥିବା ୫ଟି ବଲିଷ୍ଠ ଛକା। ଏହି ଇଂନିସରେ ଉମେଶଙ୍କ ବ୍ୟାଟିଂର ଷ୍ଟ୍ରାଇକ୍ ରେଟ୍ ଥିଲା ୩୧୦।  ଯାହାକି ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ।

ପୂର୍ବରୁ ଏହି ରେକର୍ଡ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଂଙ୍କ ନାଁରେ ଥିଲା। ସେ ୨୦୦୪ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ୧୧ଟି ବଲରେ ୩୧ ରନ କରିଥିଲେ। ତାଙ୍କର ବ୍ୟାଟିଂ ଷ୍ଟ୍ରାଇକ୍ ରେଟ୍ ୨୮୧.୮୧ ଥିଲା। ବର୍ତ୍ତମାନ ଏହି ରେକର୍ଡକୁ ଭାଙ୍ଗି ଇତିହାସ ରଚିଛନ୍ତି ଉମେଶ ଯାଦବ।

Comment