ଓଡ଼ିଶାଲାଇଭ ବ୍ୟୁରୋ

ସାଂସଦ ଅନୁଭବ ମହାନ୍ତି ଓ ଛାତ୍ରନେତା ମନଜିତ୍ ଦାସଙ୍କ ବିବାଦ କମିବାର ନାଁ ଧରୁ ନାହିଁ। ଅନୁଭବଙ୍କ ନାଁରେ ମାନହାନୀ ଅଭିଯୋଗ ଆଣିଛନ୍ତି ମନଜିତ୍। ତାଙ୍କ ନାଁରେ ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।
ଏତଲାରେ ଆଇଟି ଆକ୍ଟରେ ଅନୁଭବଙ୍କୁ ଦଣ୍ଡିତ କରିବାକୁ ସେ ଅନୁରୋଧ କରିଛନ୍ତି। ଏହାସହ ଯେଉଁ ସୋସିଆଲ ମିଡିଆରେ ଅନୁଭବ ଅପପ୍ରଚାର କରୁଛନ୍ତି ସେଥିରେ ସେ ଭୁଲ ମାଗନ୍ତୁ ବୋଲି ମନଜିତ୍ କହିଛନ୍ତି।
ଅନୁଭବ ମହାନ୍ତି ଓ ମନଜିତ୍ ଦାସ ମଧ୍ୟରେ ପାର୍କିଂକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏଥିରେ ଦୁଇଜଣଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଏହାକୁ ନେଇ ଅନୁଭବ ମନଜିତଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଦୁର୍ବ୍ୟବହାର କରୁଛି ବୋଲି ଅନୁଭବ ଅଭିଯୋଗ କରିଥିଲେ।











