ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ପାରିବାରିକ ହିଂସର ମାମଲାରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି ପତ୍ନୀ ବର୍ଷା। ଟୁଇଟ କରି ସତ କେବେ ଲୁଚି ରହେନା ବୋଲି ବର୍ଷା କହିଛନ୍ତି।

‘‘ଭୁଲ ଏବଂ ମିଥ୍ୟା ଅଭିଯୋଗ ଆଣୀ ଜଣଙ୍କୁ ବଦନାମ କରିବା ପୂର୍ବରୁ ଭଗବାନଙ୍କୁ ଡରିବା କଥା। ଭଗବାନଙ୍କ ଉପରେ ମୋର ପୂରା ବିଶ୍ୱାସ ରହିଛି। କେହି ଆଇନର ଊର୍ଦ୍ଧ୍ୱରେ ନୁହନ୍ତି। ମୁଁ ଯେଉଁ କଠିନ ସମୟ ଦେଇ ଗତି କରୁଛି ଏଠି ସମସ୍ତଙ୍କ ଆର୍ଶୀର୍ବାଦ ଚାହୁଁଛି। ସମସ୍ତଙ୍କ ପ୍ରତି ମୋର ସମ୍ମାନ ଓ ଭଲ ପାଇବା ରହିଛି’’, ଟୁଇଟରେ ଲେଖିଛନ୍ତି ବର୍ଷା।

ବର୍ଷା କରିଥିବା ଏହି ଟୁଇଟରେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ମଧ୍ୟ ରହିଛି।

କେନ୍ଦ୍ରପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତଙ୍କ ନାଁରେ ପାରିବାରିକ ହିଂସା ଅଭିଯୋଗ ଆଣିଛନ୍ତି ପତ୍ନୀ ବର୍ଷା। ଏନେଇ ସେ କୋର୍ଟଙ୍କ ଦ୍ୱାରସ୍ତ ମଧ୍ୟ ହୋଇଛନ୍ତି। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଆଜି ବର୍ଷାଙ୍କ ଆବେଦନର ଶୁଣାଣି ହୋଇପାରେ। ଅନ୍ୟପଟେ ଅନୁଭବ ମଧ୍ୟ ବର୍ଷାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ଛାଡ଼ପତ୍ର ପାଇଁ ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ପିଟିସନ ଦାଖଲ କରିଛନ୍ତି।BGU

Comment