ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟର ଆଦିବାସୀ ଝିଅ ନମିତା ମେଲେକା। ସ୍ୱପ୍ନ ତାଙ୍କର ଦିନେ ବଡ଼ ଗାୟିକା ହେବା। ଏବେ ସେହି ସ୍ୱପ୍ନକୁ ସତ କରିବାର ପ୍ରଥମ ପାହାଚ ଚଢ଼ିଛନ୍ତି ସେ। ସୁଦୂର କୋରାପୁଟରୁ ଆସି ସେ ଆଜି କଟକର ନିଉ ରେକର୍ଡିଂ ଷ୍ଟଡ଼ିଓରେ ନିଜର ପ୍ରଥମ ଗୀତ ରେକର୍ଡ କରିଛନ୍ତି। ତାହା ପୁଣି ଓଡ଼ିଶାର ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ତତ୍ତ୍ୱାବଧାନରେ। ତେବେ ନମିତାଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ ଜଣଙ୍କର ହାତ ରହିଛି। ସେ ହେଲେ ଓଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

ତେବେ ନମିତା ଆଜି ଗାଇଥିବା ଗୀତର ଗୀତିକାର ହେଲେ ସ୍ୱନାମଧନ୍ୟ ଗୀତିକାର ବିଜୟ ମଲ୍ଲ। ନମିତା ଯେଉଁ ଗୀତରେ କଣ୍ଠଦାନ କରିଛନ୍ତି, ତାହା ଏକ ଜଗନ୍ନାଥ ଭଜନ। ୪ ମିନିଟର ଏହି ଗୀତଟି ଉଭୟ ଓଡ଼ିଆ ଏବଂ କୁଇ ଭାଷାରେ ରେକର୍ଡି କରାଯାଇଛି। ଗୀତ ରେକର୍ଡିଂ ସମୟରେ ମଧ୍ୟ ବର୍ଷା, ଗୀତିକାର ବିଜୟ ମଲ୍ଲ ନମିତାଙ୍କ ସହ ଷ୍ଟୁଡିଓରେ ରହିଥିଲେ।

 ନିଜ କୁଇ ଭାଷା ସହ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଗୀତ ଗାଇ ସୋସିଆଲ ମିଡ଼ିଆରେ ସେ ଚର୍ଚ୍ଚାରେ ରହିଛନ୍ତି ।ନମିତାଙ୍କ ଯାଦୁକରୀ କଣ୍ଠ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଶେଷ ପ୍ରଭାବିତ କରିଥିଲା ଏବଂ ସେ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଥିଲେ। ବର୍ଷା ନିଜର କଥା ରଖିଛନ୍ତି। ପ୍ରେମ ଆନନ୍ଦଙ୍କ ସହ ଯୋଗାଯୋଗ କରି ସେ ନମିତାଙ୍କୁ ବ୍ରେକ ଦେଇଛନ୍ତି।

Comment