ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ସୁପରଷ୍ଟାର ଯୋଡ଼ି ଭାବେ ପରିଚିତ ଅନୁଭବ ବର୍ଷା ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ଆସନ୍ତୁ ଜାଣିବା ସେହି ଫିଲ୍ମ ସମ୍ପର୍କରେ…

ଓଡ଼ିଆ ଫିଲ୍ମ ଜଗତରେ ସୁପରହିଟ୍‌ ଯୋଡ଼ି ଅନୁଭବ-ବର୍ଷା। ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି। ଉଭୟ ଅନେକ ହିଟ୍ ଫିଲ୍ମ ମଧ୍ୟ ଓଲିଉଡ୍‌କୁ ଭେଟି ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଅନୁଭବ ଓ ବର୍ଷାଙ୍କ ସେହି ହିଟ୍‌ ଫିଲ୍ମ ସମ୍ପର୍କରେ…

ଥାଙ୍କୁ ୟୁ ଭଗବାନ

ଅନୁଭବ- ବର୍ଷାଙ୍କ ପ୍ରଥମ ଫିଲ୍ମ ଥିଲା  ‘ଥାଙ୍କ ୟୁ ଭଗବାନ’। ଏହି ଫିଲ୍ମରୁ ହିଁ ସେମାନଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ଏହି ଫିଲ୍ମ ୨୦୦୬ରେ ରିଲିଜ ହୋଇଥିଲା।  କାହାଣୀ ବିଜୟ କାଣ୍ଡୋଇ ଲେଖିଥିଲା ବେଳେ ହରପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମରେ ବର୍ଷା ଅନୁଭବଙ୍କ ଯୋଡ଼ି ଥିଲା ପୂରା ନୂଆ।  କାରଣ ଏହା ପୂର୍ବରୁ ଫିଲ୍ମ ଭାଗ୍ୟ ଚକ୍ରରେ ବର୍ଷା ନଜର ଆସିଥିଲେ ବି ଏଥିରେ ସେ ନାୟକ ନାୟିକା ଭୂମିକା ନିଭାଇ ନଥିଲେ।

ନେଇ ଯାଆରେ ମେଘ ମତେ

୨୦୦୮ରେ ଦର୍ଶକଙ୍କ ପାଇଁ ଅଉେ ଏକ ଦମଦାର ଫିଲ୍ମ ନେଇ ଆସିଥିଲେ ବର୍ଷା ଅନଭବ। ଏହି ଫିଲ୍ମ ଥିଲା ‘ନେଇ ଯାଆରେ ମେଘ ମତେ’। ଏସ୍‌ କେ ମୂରଲୀଧରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବର୍ଷା ଅନୁଭବଙ୍କ ବେଶ୍‌ ପସନ୍ଦ କରିଥିଲେ ଦର୍ଶକ। ଫିଲ୍ମର ଗୀତଗୁଡ଼ିକ ମଧ୍ୟ ସୁପରହିଟ ହୋଇଥିଲା। ପିଲାବେଳୁ ୨ ଜଣ କିଭଳି ପରସ୍ପରକୁ ଜୀବନ ଦେଇ ଭଲ ପାଉଥିଲେ ଏବଂ ସମୟ ସ୍ରୋତରେ ଅଲଗା ହେବା ପରେ କିଭଳି ପରସ୍ପରକୁ ଅପେକ୍ଷା କରିଥିଲେ ତାହାକୁ ନେଇ ଫିଲ୍ମର କାହାଣୀ ଲେଖା ହୋଇଥିଲା।

ସୁନା ଚଢ଼େଇ ମୋ ରୂପା ଚଢ଼େଇ

ଅନୁଭବ ବର୍ଷାଙ୍କ ଯୋଡ଼ିକୁ ସବୁଠି ଅଧିକ ପସନ୍ଦ କରାଯାଇଥିଲା ଫିଲ୍ମ ‘ସୁନା ଚଢ଼େଇ ମୋ ରୂପା ଚଢ଼େଇ’ରେ। ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୦୯ରେ ରଲିଜ ହୋଇଥିଲା। ଏଥିରେ ବର୍ଷା ଜଣେ ଗାଉଁଲି ଝିଅ ଚରିତ୍ର ନିଭାଇଥିଲା ବେଳେ ଅନୁଭବ ଜଣେ ଏନ୍‌ଆରଆଇ ପୁଅ ଭାବେ ନଜର ଆସିଥିଲେ। ବିଦେଶରୁ ଆସି କିଭଳି ଗାଉଁଲି ଝିଅ ପ୍ରେମରେ ପଡ଼ିଥିଲେ ତାହା ଫିଲ୍ମରେ ଦେଖାଯାଇଥିଲା।BGU

ଆମ ଭିତରେ କିଛି ଅଛି କି

୨୦୧୦ରେ ରିଲିଜ ହୋଇଥିଲା ଫିଲ୍ମ ‘ଆମ ଭିତରେ କିଛି ଅଛି କି’। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆରେଞ୍ଜ ମ୍ୟାରେଜକୁ ନେଇ ନିର୍ମିତ ହୋଇଥିଲା। ଏଥିରେ ଅନୁଭବ ସିଦ୍ଧାର୍ଥ ଓ ବର୍ଷା ଶ୍ରଦ୍ଧା ଚରିତ୍ରରେ ନଜର ଆସିଥିଲେ।

ବାଳୁଙ୍ଗା ଟୋକା

ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ କମେଡି ଫିଲ୍ମ ‘ବାଳୁଙ୍ଗା ଟୋକା’ ୨୦୧୧ରେ ରିଲିଜ ହୋଇଥିଲା। ଏହି ଫିଲ୍ମର କାହାଣୀଠୁ ଆରମ୍ଭ କରି ଗୀତ ଦର୍ଶକଙ୍କୁ ପସନ୍ଦ ଆସିଥିଲା। ଏହି ଫିଲ୍ମ ୫ କୋଟି ଟଙ୍କା ଆୟ କରି ଓଡ଼ିଶାରେ ରେକର୍ଡ କରିଥିଲା। ଫିଲ୍ମରେ ଅନୁଭବ ଚିକୁ ଓ ବର୍ଷା ପ୍ରୀତି ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ତାମିଲ ଫିଲ୍ମ ‘୭ଜ ରେନବୋ କଲୋନି’ ର ରିମେକ ଥିଲା।

ମାଟ୍ରିକ ଫେଲ

୨୦୧୨ରେ ଅନୁଭବ ବର୍ଷାଙ୍କ ଆଉ ଏକ ଫିଲ୍ମ ‘ମାଟ୍ରିକ ଫେଲ’ ରିଲିଜ ହୋଇଥିଲା। ଏହା ମଧ୍ୟ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଏକ ରୋମାଣ୍ଟିକ କମେଡି ଫିଲ୍ମ ଥିଲା। ବିଲକୁଲ ପାଠ ପଢ଼ୁନଥିବା ଜଣେ ପିଲା କିଭଳି ଜଣେ ଝିଅକୁ ଭଲ ପାଇ ନିଜକୁ ପରିବର୍ତ୍ତନ କରି ଭବିଷ୍ୟତ ଗଢ଼ିଛି  ତାହା ହିଁ ଫିଲ୍ମର କାହାଣୀ ଥିଲା।

ହାତ ଧରି ଚାଲୁ ଥା

୨୦୧୩ରେ ଫିଲ୍ମ ‘ହାତ ଧରି ଚାଲୁ ଥା’ ରିଲିଜ ହୋଇଥିଲା। ଫିଲ୍ମଟି ୬ କୋଟି ଟଙ୍କା ଆୟ କରିଥିଲା। ଫିଲ୍ମରେ ଅନୁଭବ ଓ ବର୍ଷାଙ୍କ ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ହିମାଂଶୁ ପରିଜା ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ।

ସମଥିଙ୍ଗ୍‌ ସମଥିଙ୍ଗ

ସବୁ ସିନେପ୍ରେମୀଙ୍କ ପ୍ରିୟ ଫିଲ୍ମ ମଧ୍ୟରୁ ଗୋଟିଏ ହେଲା ‘ସମଥିଙ୍ଗ୍‌ ସମଥିଙ୍ଗ’। ଅନୁଭବ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବା ସହିତ କାହାଣୀ ମଧ୍ୟ ଲେଖିଥିଲେ। ସେ ନିଜେ ଏହାର ପ୍ରଯୋଜକ ମଧ୍ୟ ମଧ୍ୟ ଥିଲେ। ତାଙ୍କ ବିପକ୍ଷରେ ନାୟିକା ଥିଲେ ବର୍ଷା। ଏହି ଫିଲ୍ମ ପରେ ୨୦୧୪ ଫିଲ୍ମ ‘ସମଥିଙ୍ଗ୍‌ ସମଥିଙ୍ଗ୍‌ ୨’ ଆସିଥିଲା। ଏଥିରେ ବି ବର୍ଷା ଅନୁଭବ ଲିଡ୍‌ରେ ନଜର ଆସିଥିଲେ।

ମୋ ଦୁନିଆ ତୁହି ତୁ

ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ମୋ ଦୁନିଆ ତୁହି ତୁ’ ୨୦୧୩ରେ ରିଲିଜ ହୋଇଥିଲା। ସୁଧାକର ବସନ୍ତ ଏହି ଫିଲ୍ମ ନିର୍ଦ୍ଦେଶନା ଦେଇଥିଲା ବେଳେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଥିଲେ।

ଗପ ହେଲେ ବି ସତ

ଏହି ଫିଲ୍ମ ମଧ୍ୟ ଅନୁଭବ ବର୍ଷାଙ୍କ ହିଟ୍ ଫିଲ୍ମ ମଧ୍ୟରୁ ଗୋଟିଏ। ୨୦୧୫ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ଏକ ନିଆରା ଅନ୍ଦାଜରେ ଅନୁଭବ ବର୍ଷାଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। ଏହି ଫିଲ୍ମ ନିର୍ଦ୍ଦେଶନା ମୂରଲୀ କ୍ରିଷ୍ଣା ଦେଇଥିଲେ।

ଗୋଟେ ଶୁଆ ଗୋଟେ ଶାରୀ

ଗୋଟେ ଶୁଆ ଗୋଟେ ଶାରୀ, ୨୦୧୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଫିଲ୍ମ। ଏହି ଫିଲ୍ମର ପ୍ରଯୋଜନା କରିଥିଲେ ନିରଞ୍ଜନ ରଣା ଏବଂ ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ। ମା ତାରିଣୀ ଫିଲ୍ମ ପ୍ରଡକ୍ସନ ବ୍ୟାନରରେ ଏହି ଫିଲ୍ମ ନିର୍ମିତ ହୋଇଥିଲା। ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅନୁଭବ ଏବଂ ନାୟିକା ବର୍ଷା ପ୍ରିୟଦର୍ଶିନୀ। ଏହି ଫିଲ୍ମରେ ଉଭୟଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହାଛଡ଼ା ଫିଲ୍ମ ‘କିଏ ସେ ଡାକୁଛି କେଉଁଠି ମତେ’ରେ ଉଭୟ ନଜର ଆସିଥିଲେ।

Comment