ଓଡ଼ିଶାଲାଇଭ୍‌ ବ୍ୟରୋ

ସୋମବାରକୁ ସମସ୍ତଙ୍କ ଅପେକ୍ଷା। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀଙ୍କ ଆବେଦନର ଶୁଣାଣି କରିବେ କଟକ ଏସ୍‌ଡିଜେଏମ୍‌ କୋର୍ଟ। କୋର୍ଟ ଏହି ମାମଲାର ଶୁଣାଣି କରି କ’ଣ ରାୟ ଦେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଅନୁଭବଙ୍କ ବରୋଧରେ ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ବର୍ଷା। ଅନୁଭବ ତାଙ୍କୁ ମାନସିକ ଓ ଶାରୀରିକ ଅତ୍ୟାଚାର କରୁଥିବା ସେ ଦର୍ଶାଇଥିଲେ।

ଏପରିକି ମଦ୍ୟପାନ କରି ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ। ତେଣୁ ତାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଥିସହ ଅନୁଭବଙ୍କଠାର ଭରଣପୋଷଣ ଦାବି କରିଥିଲେ ବର୍ଷା। ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ଏହି ମାମଲାର ପ୍ରଥମ ଶୁଣାଣି ଆସନ୍ତା ୭ ତାରିଖରେ ହେବ ନେଇ ଦିନ ଧାର୍ଯ୍ୟ କରାଯାଇଥିଲା।

ଅନ୍ୟପକ୍ଷରେ ବର୍ଷାଙ୍କ ବରୋଧରେ ଆଜି ପାଲିଟା ଅଭିଯୋଗ ଆଣିଛନ୍ତି ଅନୁଭବ। ଏନେଇ ସେ ଦିଲ୍ଲୀ ପଟିଆଲା କୋର୍ଟରେ ପିଟସନ ଦାଖଲ କରିଛନ୍ତି।

Comment