ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷାଙ୍କ ମଧ୍ୟରେ ଚାଲିଥିବା ବିବାଦ ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ସ୍ୱାମୀ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଦାୟର କରିଥିବା ମାମଲାର ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ପୂର୍ବରୁ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣି କଟକ ଫ୍ୟାମଲି କୋର୍ଟରେ ମାମଲା ରୁଜୁ କରିଛନ୍ତି ବର୍ଷା। ତେଣୁ ଅନୁଭବଙ୍କ ଆବେଦନକୁ କଟକ ଫ୍ୟାମଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସେ ଆବେଦନରେ ଲେଖିଛନ୍ତି।

ପୂର୍ବରୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ ଛାଡ଼ପତ୍ର ପାଇଁ ପିଟିସନ ଦାଖଲ କରିଥିଲେ। ଏବେ ବର୍ଷାଙ୍କ ପିଟିସନ ଉପରେ କ୍ୟାଭେଟ ଫାଇଲ କରିଛନ୍ତି ଅନୁଭବ। ତାଙ୍କ ପକ୍ଷ ଶୁଣାଣି ନକରି କିଛି ରାୟ ନଦେବା ପାଇଁ ସେ କ୍ୟାଭେଟ ଫାଇଲ କରିଛନ୍ତି।

Comment