ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ଦଳ ଡିଆଁ ନେତାଙ୍କ ସଂଖ୍ୟା ସେତିକି ବଢ଼ିବାରେ ଲାଗିଛି। ଶନିବାର ସକାଳୁ ସକାଳୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି। ନିଜ ଇସ୍ତଫା ପତ୍ରକୁ ଅନୁଭବ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।

ସିନେ ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଥରେ ରାଜ୍ୟସଭା ସାଂସଦ ଏବଂ ଥରେ ଲୋକସଭାକୁ ନିର୍ବାଚିତ ହେଇଥିଲେ। ବିଭିନ୍ନ ସମୟରେ ବ୍ୟକ୍ତିଗତ କାରଣ ପାଇଁ ବିବାଦରେ ରହିଆସୁଥିଲେ ଅନୁଭବ। ବିଜେଡି ସାଂସଦ ଥିଲେ ମଧ୍ୟ ସେ ଦଳରେ ବିଶେଷ ସକ୍ରିୟ ନଥିଲେ।

୨୦୧୯ ମସିହାରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ପରାଜିତ କରିଥିଲେ ଅନୁଭବ ମହାନ୍ତି। ଚଳିତ ଥର କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ନିକଟରେ ଅଂଶୁମାନ କଂଗ୍ରେସ ଛାଡ଼ି ବେଜେଡିରେ ଯୋଗ ଦେଇଥିଲେ। ହୁଏତ କେନ୍ଦ୍ରାପଡ଼ା ଲୋକସଭା ଅସନ ପାଇଁ ଆଶାୟୀ ଥିବା ଅନୁଭବ ମହାନ୍ତିଙ୍କୁ ଟିକେଟ ନମିଳିବାରୁ ସେ ବିଜେଡି ଛାଡ଼ିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଆଜି ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେବା ପରେ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି।

Tags: #Politics #OdishaPolitics #AnubhavMohanty #BJD

LEAVE A REPLY

Please enter your comment!
Please enter your name here