ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ସୋମବାର ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। ବିଜେପି ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡେ ତାଙ୍କୁ ଦଳରେ ସାମିଲ କରାଇଥିଲେ। ଶନିବାର ଦିନ ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଥିଲେ।

ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେବାପରେ ବିଜେପିରେ ସାମିଲ ହେବ ନେଇ ଚର୍ଚ୍ଚା ହେଉଥିଲା। ତାଙ୍କୁ ବିଜେଡିରେ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଥିଲେ। ଏନେଇ ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ।  

୨୭ ଏପ୍ରିଲ ୨୦୧୩ରେ ବିଜେଡିରେ ସାମିଲ ହୋଇଥିଲେ ଅନୁଭବ ମହାନ୍ତି। ୨୦୧୪ ମସିହାରେ ବିଜେଡି ତାଙ୍କୁ ରାଜ୍ୟସଭା ସାଂସଦ ହେବା ପାଇଁ ମନୋନୀତ କରିଥିଲା। ସେତେବେଳେ ସର୍ବକନିଷ୍ଠ ରାଜ୍ୟସଭା ସାଂସଦ ହୋଇଥିଲେ ଅନୁଭବ। ୨୦୧୪ରୁ ୨୦୧୯ ଯାଏଁ ସେ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ତୁଲାଇଥିଲେ।

ଏହାପରେ ୨୦୧୯ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ା ଆସନରୁ ଅନୁଭବଙ୍କୁ ମଇଦାନକୁ ଓହ୍ଲାଇଥିଲା ବିଜେଡି। ଏହି ନିର୍ବାଚନରେ ସେ ବିଜେପିର ଟାଣୁଆ ନେତା ବୈଜୟନ୍ତ ପଣ୍ଡାଙ୍କୁ ହରାଇଥିଲେ।

Tags: #AnubhavMohanty #MP #BJP #Politics #Kendrapara #Odisha

LEAVE A REPLY

Please enter your comment!
Please enter your name here