ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପତ୍ନୀ ବର୍ଷାଙ୍କ ବିରୋଧରେ କୋର୍ଟ ଗଲେ ଅନୁଭବ
  • ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପିଟିସନ ଦାଖଲ
  • ବର୍ଷାଙ୍କଠାରୁ ଛାଡ଼ପତ୍ର ପାଇଁ କରିଛନ୍ତି ଆବେଦନ

କେନ୍ଦ୍ରପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପତ୍ନୀ ବର୍ଷାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ଏନେଇ ୪୭ ପୃଷ୍ଠାର ପିଟସନ ଦାଖଲ କରିଛନ୍ତି ଅନୁଭବ। ତେବେ ଅନୁଭବଙ୍କ ଏହି ପିଟସନରେ ରହିଛି କ’ଣ?

ବୈବାହିକ ସମ୍ପର୍କ ଭାଙ୍ଗିଥିବାରୁ ତାଙ୍କ ସହ ଆଉ ରହିବା ସମ୍ଭବ ନୁହେଁ ବୋଲି ଅନୁଭବ କହିଛନ୍ତି। ଏମିତିକ ୨୦୧୯, ମେ’୧ରୁ ଉଭୟ ଏକାଠି ରହୁନଥିବା ଉଲ୍ଲେଖ ରହିଛି।

‘‘ବାହାଘରର ପ୍ରଥମ ଦିନରୁ ବର୍ଷା ଶାରୀରିକ ସମ୍ପର୍କ ପାଇଁ ମନା କରି ଦେଇଥିଲେ। ଏଥିପାଇଁ ସେ ୩ରୁ ୪ ମାସ ସମୟ ମାଗିଥିଲେ। ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କୁ ସମୟ ଦେଇଥିଲି’’, ପିଟିସନରେ ଲେଖିଛନ୍ତି ଅନୁଭବ।

ବର୍ଷା ସବୁବେଳେ ନିଜର ପ୍ରାଧାନ୍ୟ ବିସ୍ତାର କରୁଥିଲେ। ବର୍ଷା ଶାଶୂଘରକୁ ପସନ୍ଦ କରୁନଥିଲେ। ଶାଶୂଘର ଲୋକଙ୍କ ସହ ମିଶୁନଥିଲେ। ବାପଘରକୁ ଯିବାକୁ ବାହାନା ଖୋଜୁଥିଲେ।

ସହ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ମିଥ୍ୟା ଅଭିଯୋଗ ଆଣିଥିଲେ। ଏମିତି ବର୍ଷା ବାରମ୍ବାର ଧମକ ମଧ୍ୟ ଦେଉଥିଲେ। ଏଥିପାଇଁ ଅଧିକାଂଶ ସମୟ ଝଗଡ଼ା ହେଉଥିଲା ବୋଲି ଅଭିଯୋଗ କରିଛନ୍ତି ଅନୁଭବ।BGU

ଅନୁଭବଙ୍କ ଅଭିଯୋଗ ଅନୁସାରେ ରାଜ୍ୟସଭା ସାଂସଦ ହେବା ପରେ ଦିଲ୍ଲୀରେ ବର୍ଷାଙ୍କ ସହ ସେ ରହିଥିଲେ। ଦିଲ୍ଲୀରେ ସମ୍ପର୍କ ରଖିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ। ଦିଲ୍ଲୀରୁ ଫେରିବା ପରେ ବର୍ଷା ଖୁସି ଥିଲେ। ଜନ୍ମଦିନରେ ସମ୍ପର୍କ ଠିକ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଜଣେ ଭଲ ପତ୍ନୀ ଓ ବୋହୂ ହେବାରେ ବର୍ଷା ବିଫଳ ବୋଲି ଅନୁଭବ କହିଛନ୍ତି।

ବର୍ଷାଙ୍କ ଭିତରେ କୌଣସି ପରିବର୍ତ୍ତନ ନ ଆସିବାରୁ ବାଧ୍ୟ ହୋଇ ତାଙ୍କୁ ତାଙ୍କ ଇଚ୍ଛାରେ ବଞ୍ଚିବାକୁ ଛାଡ଼ି ଦେଇଥିଲି କହିଛନ୍ତି ଅନୁଭବ।

ଅନୁଭବଙ୍କ ବରୋଧରେ ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ବର୍ଷା। ଅନୁଭବ ତାଙ୍କୁ ମାନସିକ ଓ ଶାରୀରିକ ଅତ୍ୟାଚାର କରୁଥିବା ସେ ଦର୍ଶାଇଥିଲେ। ଆସନ୍ତାକାଲି ବର୍ଷାଙ୍କ ଆବେଦନର ଶୁଣାଣି ରହିଛି।

LEAVE A REPLY

Please enter your comment!
Please enter your name here