ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ୍‌ ସିରିଜ୍‌ରେ ଭାରତର କ୍ଲିନ୍‌-ସୁଇପ୍‌। ରାଞ୍ଚିଠାରେ ଖେଳାଯାଉଥିବା ସିରିଜର ତୃତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ୩-୦ରେ ସିରିଜ୍‌ ବିଜୟୀ ହୋଇଛି। ତୃତୀୟ ଟେଷ୍ଟରେ ଭାରତ ଗୋଟଏ ଇନିଂସ୍‌ ଏବଂ ୨୦୨ ରନ୍‌ରେ ଦମ୍‌ଦାର ବିଜୟ ଲାଭ କରି ଦକ୍ଷିଣ ଆଫ୍ରିକାକୁ କ୍ଲିନ୍‌ ସୁଇପ୍‌ କରିଛି।

ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୯୭ ରନ୍‌ କରିଥିଲା। ହେଲେ ଭାରତୀୟ ଦଳ ପ୍ରତିପକ୍ଷର ଦକ୍ଷିଣ ଆଫ୍ରିକା ଦଳକୁ ମାତ୍ର ୧୬୨ ରନରେ ଅଲଆଉଟ୍ କରିଦେଇଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ଦଳ ଫଲୋଅନ୍ ଖେଳିଥିଲା। ସୋମବାର ଦ୍ୱିତୀୟ ଇଂନିସରେ ଦକ୍ଷିଣ ଆଫ୍ରିକା ଟିମ୍‌ ମାତ୍ର ୧୩୨ ରନରେ ୮ଟି ୱିକେଟ୍ ହରାଇବା ପରେ ଅମ୍ପାୟାର ତୃତୀୟ ଦିନର ଖେଳ ସମାପ୍ତି ଘୋଷଣା କରିଥିଲେ।

Virat Kohli celebrates

ବିଜୟ ପାଇଁ ଦୁଇ ୱିକେଟ ପଛରେ ଥିବା ଭାରତୀୟ ଦଳ ମଙ୍ଗଳବାର ୧୩୩ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ଅଲ୍‌ଆଉଟ୍‌ କରିଦେଇଛି। ଏଥିସହିତ ଦକ୍ଷିଣ ଆଫ୍ରିକାକୁ ୩-୦ରେ ହରାଇ ଭାରତ ସିରିଜ ବିଜୟ ଲାଭ କରିଛି। ଏହି ସିରିଜ ଭାରତ ପାଇଁ ନିଶ୍ଚିତ ଭାବେ ଭାଗ୍ୟବାନ ସାବ୍ୟସ୍ତ ହୋଇଛି। କାହିଁକି ନା, ଟିମ୍‌ ଇଣ୍ଡିଆର ବହୁ ଖେଳାଳୀ ଏହି ସିରିଜରେ ବିଶ୍ୱ ରେକର୍ଡ କରିଛନ୍ତି।

Comment