ଓଡ଼ିଶାଲାଇଭ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା କୋର୍ଟରେ ଚାକିରି ସୁଯୋଗ। ବିଭିନ୍ନ ପଦ ପାଇଁ କରିପାରିବେ ଆବେଦନ।

ମୟୂରଭଞ୍ଜ ଜିଲ୍ଲା କୋର୍ଟରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଜୁନିଅର କ୍ଲର୍କ କପିଷ୍ଟ, ଷ୍ଟେନୋଗ୍ରାଫର ଓ ସାଲାରିଡ୍‌ ଅମିନ ପଦବୀରେ ଆବେଦନ କରିପାରିବେ। ମୟୂରଭଞ୍ଜରେ ୧୮ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମୟୂରଭଞ୍ଜ ଜିଲ୍ଲା କୋର୍ଟ

ଷ୍ଟେନୋଗ୍ରାଫର – ଏସସି(୨), ଏସଟି(୧), ସାଧାରଣ ବର୍ଗ(୧)

ଜୁନିଅର କ୍ଲର୍କ – ଏସସି(୨), ଏସଟି(୬), ସାଧାରଣ ବର୍ଗ(୫)

ସାଲାରିଡ୍‌ ଅମିନ – ଏସସି(୦), ଏସଟି(୦), ସାଧାରଣ ବର୍ଗ(୧)

ଶିକ୍ଷାଗତ ଯୋଗ୍ୟତା

ଜୁନିଅର କ୍ଲର୍କ – ଓଡ଼ିଶା ସରକାରଙ୍କ ସ୍ଵିକୃତୀ ପ୍ରାପ୍ତ ଯେକୌଣସି ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ୍‌ କରିଥିବା ଦରକାର। ଏହାସହ କମ୍ପ୍ୟୁଟରରେ ଡିସିଏ ଶିକ୍ଷା ଲାଭ କରିଥିବା ଆବଶ୍ୟକ।

ଷ୍ଟେନୋଗ୍ରାଫର୍‌ – ଓଡ଼ିଶା ସରକାରଙ୍କ ସ୍ଵିକୃତୀ ପ୍ରାପ୍ତ ଯେକୌଣସି ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ୍‌ କରିଥିବା ସହ କମ୍ପ୍ୟୁଟରରେ ଡିସିଏ ଶିକ୍ଷା ଲାଭ କରିଥିବା ଆବଶ୍ୟକ। ସେହିପରି ୮୦ ସ୍ପିଡ୍‌ରେ ସର୍ଟ ହାଣ୍ଡ ଓ ୪୦ ସ୍ପିଡ୍‌ରେ ଇଂରାଜୀ ରାଇପିଙ୍ଗ କରିପାରୁଥିବା ଦରକାର।

ସାଲାରିଡ୍‌ ଅମିନ – ଦଶମ୍ ପାସ୍‌ କରିଥିବା ସହ ରେଭେନ୍ୟୁ ଇନ୍ସପେକ୍ଟର ଟ୍ରେନିଂ ନେଇଥିବା ଆବଶ୍ୟକ।

ପରୀକ୍ଷା ଫିସ୍‌

ସାଧାରଣ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ୧୦୦ ଟଙ୍କା ପରୀକ୍ଷା ଫିସ୍‌ ଦେବାକୁ ପଡ଼ିବ। ଏହି ଫିସ୍‌କୁ ଟ୍ରେଜେରୀ ଚାଲାଣ ମାଧ୍ୟମରେ ପଠାଇବେ। ଏହାସହ ଏସସି, ଏସଟି ପ୍ରାର୍ଥୀଙ୍କୁ ଏହି ଫିସ୍‌ରୁ ବାଦ ଦିଆଯାଇଛି।

ଶେଷ ତାରିଖ

୨୬ ଅକ୍ଟୋବର ୨୦୧୯

ଆବେଦନ ପ୍ରକ୍ରିୟା

ଦରଖାସ୍ତ ଫର୍ମ ସହ ଟ୍ରେଜେରି ଚାଲାଣ ରସିଦ, ନିଜର ଶିକ୍ଷା ପ୍ରମାଣପତ୍ର, ଜାତି ସାର୍ଟିଫିକେଟ, ଦୁଇଟି କ୍ୟାରେକ୍ଟର ସାର୍ଚିଫିକେଟ ଯେଉଁଥିରେ ଗେଜେଟେଡ ଅଫିସରଙ୍କ ଦସ୍ତଖତ ରହିଥିବ। ଏସବକୁ ଏକ ଲଫାପାରେ ପୂରାଇ ଲଫାପା ଉପରେ ୨୨ ଟଙ୍କିଆ ପୋଷ୍ଟାଲ ଷ୍ଟାମ୍ପ ଲଗାଇ ୨୬ ଅକ୍ଟୋବର ୨୦୧୯ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲା କୋର୍ଟ, ପୋ- ବାରିପଦା, ମୟୂରଭଞ୍ଜ, ଓଡ଼ିଶା, ପିନ୍‌- ୭୫୭୦୦୧ର ଠିକଣାରେ ପଠାଇବେ। ଅଧିକ ତଥ୍ୟ ପାଇଁ www.districts.ecourts.gov.inwww.mayurbhanj.nic.in କୁ ଯାଇ ପାରିବେ।

LEAVE A REPLY

Please enter your comment!
Please enter your name here