ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶରୀରକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କ୍ଷୀର। ନିୟମିତ କ୍ଷୀର ସେବନ କଲେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧ କରିଥାଏ। ହେଲେ ଆପଣ ଏକଥା ଜାଣିଛନ୍ତି କି? କଞ୍ଚା କ୍ଷୀର ପିଇବା ଦ୍ୱାରା ଆପଣଙ୍କ ଶରୀରକୁ ବିଭିନ୍ନ ପ୍ରକାର କ୍ଷତି ପହଞ୍ଚିପାରେ।

କାରଣ କଞ୍ଚା କ୍ଷୀରରେ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆ ରହିଥାଏ। ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ବିଭାଗର କହିବା ଅନୁସାରେ କଞ୍ଚା କ୍ଷୀରରେ ଥିବା ବ୍ୟାକ୍ଟେରିଆ କ୍ଷତିକାରକ ହୋଇଥାଏ। ଏହାଦ୍ୱାରା ଆପଣଙ୍କୁ ଫୁଡ ପଏଜନିଙ୍ଗ୍‌ ହୋଇପାରେ।

ସାଲ୍ମୋନେଲା, ଏଶ୍ଚେରେଚିଆ, କାମ୍ପିଲୋବ୍ୟାକ୍ଟର, ଇ-କୋଲି ଓ କ୍ରିପ୍ଟୋସ୍ପୋରିଡିୟମ ପରି କ୍ଷତିକାରକ ବ୍ୟାକ୍ଟେରିଆ କଞ୍ଚା କ୍ଷୀରରେ ଥାଏ।

କଞ୍ଚା କ୍ଷୀରରେ ପିଇବା ଦ୍ୱାରା ଏହିସବୁ ବ୍ୟାକ୍ଟେରିଆ ଆପଣଙ୍କ ଶରୀର ମଧ୍ୟକୁ ଯାଇଥାଏ।  ଫଳରେ ଡାଇରିଆ, ଡିହାଇଡ୍ରେସନ୍ ପରି କ୍ଷତିକାରକ ରୋଗ ହେବାର ଆଶଙ୍କା ରହିଥାଏ। ଏହା ବ୍ୟତୀତ ବାନ୍ତି ଓ ଜ୍ୱର ମଧ୍ୟ ହୋଇଥାଏ। ତେଣୁ କଞ୍ଚା କ୍ଷୀର ପିଇବା ଶରୀର ପାଇଁ ଭଲ ନୁହେଁ।

Comment