ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦ ବର୍ଷ ପାଇଁ ପ୍ରକାଶ ପାଇଲା ରାଜ୍ୟ ସରକାରଙ୍କ ଛୁଟି ତାଲିକା। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଏହି ଛୁଟି ତାଲିକା ସରକାରୀ କର୍ମଚାରୀଙ୍କ ଖୁସି ଛଡ଼ାଇନେଇଥିବା କୁହାଯାଉଛି। କାହିଁକି ନାଁ, ୨୦୨୦ରେ ସରକାରୀ କର୍ମଚାରୀଙ୍କ ମୋଟ ଛୁଟିରୁ ୮ଟି ଛୁଟି ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ପଡୁଛି।

୨୦୨୦ରେ ସାଧାରଣତନ୍ତ୍ର ଦିବସ, ପହିଲି ରଜ, ମହରମ୍, ନୂଆଖାଇ, ମହାନବମୀ ରିବାର ଦିନ ପଡ଼ୁଛି। ସେହିପରି ଗଣେଶ ପୂଜା ଏବଂ ମହାଷ୍ଟମୀ ଚତୁର୍ଥ ଶନିବାର ଦିନ ପଡ଼ୁଥିବା ବେଳେ ଦୀପାବଳୀ କାଳୀପୂଜା ଦ୍ୱିତୀୟ ଶନିବାରରେ ପଡୁଛି। ଆସନ୍ତବର୍ଷ ୮ଟି ଛୁଟି ପାଣିରେ ପଡ଼ିଥିବାରୁ ସରକାରୀ କର୍ମଚାରୀଙ୍କ ମନ ଦୁଃଖ।

ଅନ୍ୟପକ୍ଷରେ ବ୍ୟଙ୍କ କର୍ମଚାରୀଙ୍କ ମଧ୍ୟ ସମାନ ଅବସ୍ଥା। ୨୦୨୦ରେ ବ୍ୟାଙ୍କ କର୍ମଚାରୀଙ୍କ ୪ଟି ଛୁଟି ରବିବାରରେ ପଡୁଛି। ସୂଚନାଯୋଗ୍ୟ, ଚଳିତବର୍ଷ ରାଜ୍ୟସରକାରଙ୍କ ଛୁଟି ତାଲିକାରେ ୩୨ ଛୁଟି ଘୋଷଣା ହୋଇଥିବା ବେଳେ ସେଥିରୁ ୭ଟି ରବିବାର ଏବଂ ଦ୍ୱିତୀୟ ଶନିବାରରେ ପଡ଼ିଥିଲା।

Comment