ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜି ଆସିବ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନର ଫଳାଫଳ। ଗୁରବାର ସକାଳ ୮ଟାରୁ କଡ଼ା ସୁରକ୍ଷା ବଳୟ ଭିତରେ ଆରମ୍ଭ ହୋଇଛି ଭୋଟ୍ ଗଣତି। ଏହା ସହିତ ୧୮ଟି ରାଜ୍ୟର ୫୧ ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନର ଫଳ ଓ ୨ଟି  ମହାରାଷ୍ଟ୍ରର ସତାରା ଲୋକସଭା ଓ ବିହାରର ସମସ୍ତିପୁର ଲୋକସଭା ଉପନିର୍ବାଚନ ଫଳ ମଧ୍ୟ ପ୍ରକାଶ ପାଇବ।

ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନ ଓ ହରିଆଣାର ୯୦ଟି ଆସନ ପାଇଁ ଅକ୍ଟୋବର ୨୧ରେ ଭୋଟ ପଡ଼ିଥିଲା।

ଏଥର ବି ମହାରାଷ୍ଟ୍ରର ଭୋଟର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବେ କି ନାହିଁ ଏହା ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ।

ସେହିପରି ହରିଆଣାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପୁଣି ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାହା ଜଣାପଡ଼ିବ।

ଉଭୟ ରାଜ୍ୟରେ କଂଗ୍ରେସକୁ ନିରାଶ ହେବାକୁ ପଡ଼ିବ ବୋଲି ଅନୁମାନ କରାଯାଉଛି। କାରଣ ବର୍ତ୍ତମାନ ସୁଦ୍ଧା ଉଭୟ ରାଜ୍ୟରେ ବିଜେପି ଆଗୁଆ ରହିଛି।

Comment