ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୧୩ ତାରିଖରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୧୯ ଯାଏଁ ଚାଲିବ। ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହେବାର କାର୍ଯ୍ୟକ୍ରମ ରହିଛି।
ଅତିରିକ୍ତ ବଜେଟ ଉପରେ ନଭେମ୍ବର ୨୦, ୨୧, ୨୨ରେ ଆଲୋଚନା ହେବ। ୨୫ରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ। ଶୀତକାଳୀନ ଅଧିବେଶନ ରାଜନୀତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି।















