ଓଡ଼ିଶାଲାଇଭ ବ୍ୟୁରୋ

 ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀର ବିରଗୋବିନ୍ଦପୁରସ୍ତିତ ମା’ ଦକ୍ଷିଣକାଳୀଙ୍କ କାଳୀ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଅକ୍ଟୋବର ୨୭ ଓ ୨୮ ତାରିଖରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବୈଠକରେ ଆଇନ ଶୃଙ୍ଖଳା, ପାନୀୟ ଜଳ, ବିଦ୍ୟୁତ ଏବଂ ପାର୍କିଂ ସ୍ଥାନ ସମ୍ପର୍କରେ ଆଲୋଚନା ହୋଇଛି। ଭସାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୀଠ ସ୍ଥଳରେ ପ୍ଲାଷ୍ଟିକ ପଲିଥିନ ବ୍ୟବାହାର ଉପରେ କଟକଣା ଲଗାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାଦୀ ତହସିଲଦାର କ୍ରସ୍ତୁତୁରି ପ୍ରଧାନ, ବିଡିଓ ସରୋଜ ଦତ୍ତ, ସତ୍ୟବାଦୀ ଥାନା ଅଧିକାରୀ ସକୁନ୍ତଳା ପତି, ସବ ଇନ୍ସପେକ୍ଟର ରବୀନ୍ଦ୍ର କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Comment